ମୋ ସ୍କୁଲ ଅଭିଯାନ ଭବାନୀପାଟଣା ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ବିତରଣ ଉତ୍ସବ

ଭବାନୀପାଟଣା: ପୂର୍ବତନ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ କେବଳ ଆର୍ଥିକ ଅନୁଦାନ ନୁହେଁ, ପିଲାଙ୍କୁ ସ୍ବଅର୍ଜିତ ଜ୍ଞାନ ଓ କଳା ପ୍ରଦାନ କଲେ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମୋ ସ୍କୁଲ ଅଭିଯାନ ଭବାନୀପାଟଣା ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ବିତରଣ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

ସ୍ଥାନୀୟ ମ୍ୟୁନସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ମୋ ସ୍କୁଲ୍ ଅଭିଯାନ, ଭବାନୀପାଟଣାର ଆବାହକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁଶ୍ରୀ ସବିତା ପଟ୍ଟନାୟକ, ଏବିଇଓ ଠାକୁର ଚରଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ସିଆରସିସି ମିନତୀ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୋ ସ୍କୁଲ୍ ଅଭିଯାନ କେମ୍ପେନିଂ ଟିମ୍ ସଦସ୍ୟ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ଏବିଇଓ ଜୟକୁମାର ମାଝୀ।ଶିକ୍ଷକ ବିଶ୍ୱଜିତ ରାଏ ପ୍ରଶଂସା ପତ୍ର ବିତରଣରେ ସହଯୋଗ କରିଥିଲେ।ବ୍ଲକର ସମସ୍ତ ସିଆରସିସି ତଥା ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.