କୋଭିଡ-୧୯ ପାରାମେଡିକଲ୍ ଷ୍ଟାଫଙ୍କ ଡ୍ୟିୁଟି କ୍ରମାଗତ କରିବା ପାଇଁ ଉଠିଲା ଦାବି

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ କୋଭିଡ-୧୯ ସେବା ଯୋଗାଇବା ନିମନ୍ତେ ଚୁକ୍ତିଭିତିକ ଭାବେ କାର୍ଯ୍ୟରତ ୮୫ଜଣ ପାରାମେଡିକଲ ଷ୍ଟାଫଙ୍କୁ କ୍ରମାଗତ ଭାବେ ଡ୍ୟିୁଟିରେ ଯୋଗଦାନ କରିବା ପାଇଁ ଦାବି ଉଠିଛି । ଆଜି ଏ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ଏବଂ ଡିପିଏମ ରାଜେଶ୍ୱର ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପାରାମେଡିକଲ ଷ୍ଟାଫର ଏକ ୫ଜଣିଆ ପ୍ରତିନିଧି ମଣ୍ଡଳି । ଖବର ପାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ ମଧ୍ୟ ପଂହଚି ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu


ତେବେ ଡିପିଏମ ଶ୍ରୀ ପଟ୍ଟନାୟକ ଆଲୋଚନା ପରେ ଦେଇଥିବା ପ୍ରତିଶୃତିକୁ ଲିଖିତ ଭାବେ ଦେବା ପାଇଁ ପାରାମେଡିକଲ ଷ୍ଟାଫମାନେ ଦାବି କରୁଥିବା ବେଳେ ଏମାନଙ୍କ ଦାବିକୁ ସମର୍ଥନ ଜଣାଇଛି ରାୟଗଡ ଆମ ଆଦମୀ ପାର୍ଟି(ଆପ୍‌) । ଦଳର ରାଜ୍ୟ ସଂପାଦକ ତଥା ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁ ପାରାମେଡିକଲ ଷ୍ଟାଫ୍‌ଙ୍କୁ ପୁନଃ ସରକାରୀ ନିୟମ ପ୍ରକାରେ ଡ୍ୟିୁଟି କରିବାର ସୁଯୋଗ ଦିଆଯାଉ ନଚେତ ଆଗାମୀ ଦିନରେ ଆପ୍ ଦଳ ପକ୍ଷରୁ ବିକ୍ଷୋଭ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଳାରେ କୋଭିଡ-୧୯ରେ ପୀଡିତ ଆକ୍ରାନ୍ତଙ୍କୁ ସେବା ଯୋଗାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଚୁକ୍ତିଭିତିକ ପାରାମେଡିକଲ ଷ୍ଟାଫ୍ ପଦବୀ ବାହାର କରାଯାଉଛି । ଏହି କ୍ରମରେ ରାୟଗଡ ଜିଲ୍ଳା ପାଇଁ ଫର୍ମାସିଷ୍ଟ ନିମନ୍ତେ ୨୮ଟି, ଷ୍ଟାଫନର୍ସ-୩୨, ପୁରୁଷ ସ୍ୱାସ୍ଥ୍ୟକର୍ମୀ-୬୦, ମହିଳା ସ୍ୱାସ୍ଥ୍ୟକର୍ମୀ ୨୮, ରେଡିଓଗ୍ରାଫର-୮ଟି ଏବଂ ଲେବ୍ ଟ୍ୟାକ୍ନିସିଆନ୍ ୧୦ଟି ମୋଟ ୧୬୮ଟି ପଦବୀ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଥିବା ବେଳେ ବର୍ତମାନ ବିଭାଗୀୟ ଚିଠି ସଂଖ୍ୟା ୩୬୦୨ / ୨୬/୦୩ /୨୦୨୦ ପ୍ରକାରେ ଜିଲ୍ଳାରେ ଫର୍ମାସିଷ୍ଟ-୧୯, ଷ୍ଟାଫ୍‌ନର୍ସ-୨୯, ମହିଳା ସ୍ୱାସ୍ଥ୍ୟକର୍ମୀ ୨୬ ସମେତ ଜଣେ ରେଡିଓଗ୍ରାଫର ଏବଂ ୧୦ଜଣ ଲ୍ୟାବ ଟେକ୍ନିସିଆନକୁ ମିଶାଇ ମୋଟ ୮୫ଜଣ ପାରାମେଡିକଲ ଷ୍ଟାଫ୍ ନିଯୁକ୍ତ ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମେତ ସିଏଚସି,ପିଏଚସି ଏବଂ କୋଭିଡ ଯତ୍ନ କେନ୍ଦ୍ର ଓ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସରକାରଙ୍କ ଚିଠି ସଂଖ୍ୟା ୨୦୯୮୮/୨୮/୦୭/୨୦୨୧ପ୍ରକାରେ ପାରାମେଡିକଲ ଷ୍ଟାଫ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟାକୁ ଆସନ୍ତା ଅଗଷ୍ଟ ୧ତାରିଖରୁ ୫୦ପ୍ରତିଶତ ହ୍ରାସ କରାଯିବା ପାଇଁ ନିର୍ଦ୍ଦେଶ ଆସିଛି । ତେବେ ଜିଲ୍ଳାରେ ଆବଶ୍ୟକ ହେଉଥିବା ୧୬୮ଟି ପଦବୀ ମଧ୍ୟରୁ ମାତ୍ର ୮୫ଜଣ ପାରାମେଡିକଲ ଷ୍ଟାଫ୍ ରହିଥିବା ବେଳେ ପୁଣି ଏଥିରୁ ୫୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯେଉଁ ନିର୍ଦ୍ଦେଶ ବାହାରିଛି ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟରତ ସମସ୍ତ ଷ୍ଟାଫ୍‌ଙ୍କ ଡ୍ୟିୁଟିକୁ କ୍ରମାଗତ କରାଯାଉ ବୋଲି ଦାବି କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ଅପରପକ୍ଷେ ୨୯ଜଣ ଷ୍ଟାଫ୍‌ନର୍ସଙ୍କ ମଧ୍ୟରୁ ୮ଜଣଙ୍କ ନିୟମିତ ଚାକିରି ବାହାରିଥିବା ବେଳେ ବଳକା ୨୧ଜଣଙ୍କ ମଧ୍ୟରୁ ୧୫ଜଣଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ଏବଂ ଆଉ ବଳକା ୬ଜଣଙ୍କୁ ପର୍ଯ୍ୟାୟ କ୍ରମେ ବିଭାଗର ଅନ୍ୟ ଚୁକ୍ତିନାମା ଭିତିକ କାର୍ଯ୍ୟରେ ଏକମାସ ମଧ୍ୟରେ ନିୟୋଜିତ କରାଯିବା ପାଇଁ ବିଭାଗୀୟ କର୍ତୁପକ୍ଷଙ୍କ ସହ ଆଲୋଚନା ହୋଇଥିବା ନେଇ ଡିପିଏମ ରାଜେଶ୍ୱର ପଟ୍ଟନାୟକ ପ୍ରକାଶ କରିଛନ୍ତି । ତେବେ ଲିଖିତ ଭାବେ କୈାଣସି ଚିଠି ନ ଦେବା ଯାଏଁ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରେ ବସିବୁ ନଚେତ୍ ଯିବୁ ନାହୁଁ ବୋଲି ଅନୀତା କୁମାରୀ ପଣ୍ଡା, ଭାଗ୍ୟଶ୍ରୀ ପୁରୁଷୋତମ, ଅମ୍ରିତା ପାଢୀ, ବାସନ୍ତି ପାଲକା,ମିକିଲି କୁମାରୀ ସେଠୀ, ସୁନୀତା ଗଉଡ, ସରିତା ମହାନ୍ତି, ଜାନକୀ କିଲକା, ଚୁମକି ରାଣୀ ପାଲ, ଜୟନ୍ତୀ ନାୟକଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.