ଜଣେ ନାବାଳିକାକୁ ଉଦ୍ଧାର କଲା ରାୟଗଡ ଥାନା ପୋଲିସ, ଅଭିଯୁକ୍ତ କୋର୍ଟ ଚାଲାଣ

ରାୟଗଡ, (ଶିବ ନାରାୟଣ ଗୈାଡ): ଜଣେ ନିଖୋଜ ହୋଇଥିବା ୧୫ବର୍ଷିୟ ନାବାଳିକକୁ ଉଦ୍ଧାର କରିଛି ରାୟଗଡ ଥାନା ପୋଲିସ । ଉଦ୍ଧାର ପରେ ନାବାଳିକାକୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ରାୟଗଡ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଚଳିତ ମାସ ଜୁଲାଇ ୧୭ ତାରିଖରେ ରାୟଗଡ ସହରର ରେଳବାଇ ଷ୍ଟେସନ ଅଂଚଳରେ ରହୁଥିବା ମୁସଲିମ୍ ସଂପ୍ରଦାୟର ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ରାୟଗଡ ଥାନା କେସ ନମ୍ବର ୧୫୪/୨୦୨୧ରେ ମାମଲା ରୁଜୁ କରାଯାଇ ସବ୍ ଇନ୍ସପେକ୍ଟର ସୁଶାନ୍ତ କୁମାର ଶତପଥି ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇ ତଦନ୍ତ ଆରମ୍ଭ କରିଥିଲେ । ନିଖୋଜ ନାବାଳିକାକୁ ତୁରନ୍ତ ଉଦ୍ଧାର କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଶ୍ରୀ ଶତପଥି ସରଜମିନ୍ ତଦନ୍ତ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଆନ୍ଧ୍ରର ପାର୍ବତୀପୁରମ ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଥିବା ସୂଚନା ପ୍ରଦାନ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ନିଜ ସାଥିରେ ନେଇ ଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୩ /୩୬୬ଏ /୩୭୬(୩) / ୩୭୬(୨)(ଏନ)ଆଇପିସି ଆର/ଡବ୍ଳ୍ୟୁ-୬ ପୋକସୋ ଆକ୍ଟ-୨୦୧୨ଧାରାରେ କୋର୍ଟର୍ଚାଲାଣ କରାଯାଇଥିବା ଜଣାପଡିଛି । ସେହିପରି ରାୟଗଡ ଜିଲ୍ଳା ମୁନିଗୁଡା ଥାନା ପୋଲିସ ପକ୍ଷରୁ ମଧ୍ୟ ଜଣେ ୧୨ବର୍ଷୀୟ ନିଖୋଜ ନାବାଳିକାକୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ନେଇ ଜିଲ୍ଳା ଏସ.ପି. ଶ୍ରୀ ଶର୍ମା ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.