ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା

ଲାଞ୍ଜିଗଡ଼: ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଲାଞ୍ଜିଗଡ଼ ଅନ୍ତର୍ଗତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାର୍ଶ୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଜୁଲାଇ ୩୦ ତାରିଖରେ ସିବିଏସଇ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସର୍ବ ପ୍ରଥମ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରମ ଗୌରବ ବିଷୟ ଅଟେ। ସେହିପରି ଛାତ୍ର ନିଲେସ ବଂଶଲ ୯୬.୨୦ ଶତକଡା ମାର୍କ ରଖି ବିଦ୍ୟାଳୟର ଶୀର୍ଷ ସ୍ଥାନ, ଆକାଶ ସେଠି ୯୫.୬୦ ଶତକଡା ମାର୍କ ରଖି ଦ୍ୱିତୀୟ ଓ ଲିପ୍ସା ପାତ୍ର ୯୩.୪୦ ଶତକଡା ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି। ସେହିପରି ୯୦ ରୁ ଉର୍ଦ୍ଧ୍ବ ଶତକଡ଼ା ମଧ୍ୟରେ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୮୦ ରୁ ୯୦ ଶତକଡ଼ା ମଧ୍ୟରେ ୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଉକ୍ତ ପରୀକ୍ଷାରେ ବିଦ୍ୟାଳୟର କୌଣସି ବି ବିଦ୍ୟାର୍ଥୀ ୭୮ ଶତକଡ଼ା ନମ୍ବରରୁ କମ ଅଙ୍କ ପ୍ରାପ୍ତ କରିନାହାନ୍ତି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ବଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.