ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ ହେଲେ ଦିଲୀପ ମହାନ୍ତି

କୋରାପୁଟ: କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସମାଜ ଖବର କାଗଜର କୋରାପୁଟ ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦିଲିପ ମହାନ୍ତିଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଛି। ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟ ସହ ସଂଯୋଜକ ତଥା ଦକ୍ଷିଣାଞ୍ଚଳର ସଂଚାଳକ ତ୍ରିନାଥ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଗରିବ ଲୋକଙ୍କ ନ୍ୟାୟିକ ଅଧିକାର ହେଉ କିମ୍ବା ଦୁର୍ନୀତି ବିରୁଦ୍ଧରେ ହେଉ ଶ୍ରୀ ମହାନ୍ତି ସର୍ବଦା ନିର୍ଭୟରେ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଆନ୍ତି। କୌଣସି ରାଜନୈତିକ ଦଳର ଚାପରେ କେବେ ଭୁଲ ତଥ୍ୟ ପ୍ରକାଶ କରି ନାହାଁନ୍ତି କିମ୍ବା କୌଣସି ରାଜନୈତିକ ଦଳ ସହ ତାଙ୍କର ସମ୍ପୃକ୍ତି ନାହିଁ। ଜଣେ ଉଚ୍ଚକୋଟିର ବରିଷ୍ଠ ସାହିତ୍ୟିକ ହିସାବରେ ତାଙ୍କୁ ଜିଲ୍ଲା ତଥା ଓଡିଶାବାସୀ ଜାଣିଥିଲେ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ କମ୍ ଦିନ ଭିତରେ ସେ ନିଜକୁ ଜଣେ ଦକ୍ଷ ସାମ୍ବାଦିକ ହିସାବରେ ପରିଚିତ କରାଇ ପାରି ଅଛନ୍ତି।

Pearl dental clinic
Near Ashish Medical Store, Bhawanipatna

ତାଙ୍କର ଅମାୟିକ ବ୍ୟବହାର ଓ ନିଷ୍ଠାପର କର୍ତ୍ତବ୍ୟ ପାଇଁ ଗତ ସାମ୍ବାଦିକତା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତଥା ଜଗନ୍ନାଥ ସେବା ସଦନ ଟ୍ରଷ୍ଟ ତରଫରୁ ତାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ, ସଭାପତି ଚକ୍ରଧର ତ୍ରିପାଠୀ, ସମ୍ପାଦିକା ସରସ୍ବତୀ ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଆଭାସୀ ମାଧ୍ୟମରେ ମାନପତ୍ର ପ୍ରଦାନ କରି ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏଭଳି ମର୍ଯ୍ୟାଦା ମିଳିଥିବାରୁ କୋରାପୁଟ ଜିଲ୍ଲା ତଥା ଅଞ୍ଚଳର କବି, ସାହିତ୍ୟିକ, ସାମ୍ବାଦିକ ତଥା ବୁଦ୍ଧିଜୀବୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ତ୍ୟାଗ ଓ ନିଷ୍ଠାର ପ୍ରଶଂସା କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.