ସ୍ୱାଧୀନତା ଦିବସ ଅବସରରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଛାତ୍ର ମେଧା ସମ୍ମାନ ପ୍ରଦାନ ଉତ୍ସବ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆଜି ୭୫ତମ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ମାଲକାନଗିରି ଜିଲ୍ଲାର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଛାତ୍ର ମେଧା ସମ୍ମାନ କୋରାପୁଟ ସ୍ଥିତ ଦେଓଘାଟି ସରକାରୀ ଅନୁସୂଚିତ ଜାତି ଏବଂ ଜନଜାତି ଉଚ୍ଚ ବିଦ୍ୟାଳୟ ପରିସର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରିକୃଷ୍ଣ ମାଝିଙ୍କ ସଭାପତିତ୍ୱରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ (ଆଇ.ସି.) ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରିକୃଷ୍ଣ ମାଝୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ଗୁଣବତ୍ତାର ବିକାଶ ତଥା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧି କରିବା ନିମନ୍ତେ ଏହିଭଳି ଏକ ଉଚିତ ପଦକ୍ଷେପ ମାଟିଲଗ୍ନା ସାହିତ୍ୟ ସଂସଦ ନେଇଥିଲା। ଏହି ଅବସରରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ପକ୍ଷରୁ ମାଟିଲଗ୍ନା ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କ୍ରମରେ ପ୍ରମୋଦ ଗୁଣ୍ଠା, ବାବୁଲା ବାଜିଙ୍ଗୀ, ଲକ୍ଷ୍ମଣ ଜାନି। ବକ୍ତୃତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ କ୍ରମରେ ଦାମ ଗୋଲରୀ, ସନ୍ତୋଷ ମାଝୀ, ବାବୁଲା ବାଜିଙ୍ଗୀ। ଗୀତରେ ରାମ କିର୍ସାନୀ, ଅଶୋକ ହନ୍ତାଳ, ଚନ୍ଦନ ଖିଲ ସେହିପରି ପ୍ରବନ୍ଧରେ ଶ୍ରେଷ୍ଠ ଛାତ୍ରୀ ମେଧା ସମ୍ମାନ ଛାତ୍ରୀ ନମ୍ରତା ମାଝୀ ଉତ୍ତୀର୍ଣ୍ଣ ହୋଇ ଛାତ୍ର/ଛାତ୍ରୀ ମେଧା ସମ୍ମାନ ପାଇ ବିଦ୍ୟାଳୟର ଗୌରବ ପ୍ରତିପାଦନ କରିଅଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ମାଟିଲଗ୍ନାର ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ସଂଯୋଜକ ନୁରାବତୀ ସାହୁ, ପରିଚାଳକ ନରସିଂହ ପ୍ରସାଦ ନାୟକ, ଜିଲ୍ଲା ସଂଯୋଜକ ଭାବେ ତ୍ରିନାଥ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକର୍ତ୍ତା ଭାବେ ଉର୍ଦ୍ଧବ ବଡ଼ନାୟକ ପ୍ରମୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.