ହାତୀ ଉପଦ୍ରବ: ମକା, ଧାନ ଜମି ସହ ପହ୍ଲା ଘାରି କଲେ ନଷ୍ଟ

● ଜଙ୍ଗଲରୁ ବାହାରି ଗାଁ ଗାଁ ଘୁରି ବୁଲୁଛନ୍ତି ହାତୀପଲ, ଲୋକେ ଆତଙ୍କିତ

● କ୍ଷତିପୂରଣ ଦାବୀକଲେ କ୍ଷତିଗ୍ରସ୍ତ ଚାଷୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶରେ ଥିବା କଡ୍ରକାଲି, ବାଲିପଦର, ଲାଚେନଗୁଡା ଜଙ୍ଗଲରେ ଆଜିକୁ ଏକ ସପ୍ତାହ ହେଲା ୨୫ ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହୁଥିବା ଗାଁ ଲୋକେ ସୂଚନା ଦେଇଛନ୍ତି। ଏହି ହାତୀପଲ ଲଡାଙ୍ଗ, ଗଉଡ଼ ଥୁଆଗୁଡା ଓ ତାଡିଝୁଲା ଗାଁର ୧୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ପ୍ରାୟ ୫୦ ଏକର ମକା, ଧାନ ଜମି ଓ ପହ୍ଲାଘାରିଙ୍କୁ ନଷ୍ଟ କରିଥିବା ଲାଞ୍ଜିଗଡ ବନବିଭାଗ ନିକଟରେ ଅଭିଯୋଗ ହୋଇଛି। ଲଡାଙ୍ଗଗାଁର ଚାଷୀ ଡ଼ମୁ ମାଝୀଙ୍କ ୮ ଏକର, ବାଚୁ ମାଝୀଙ୍କ ୯ ଏକର, ଲାଞ୍ଜି ମାଝୀଙ୍କ ୬ ଏକର, ରାତନୁ ମାଝୀଙ୍କ ୧୦ ଏକର, ବନତୁ ମାଝୀଙ୍କ ୫ ଏକର, ରାମ ମାଝୀଙ୍କ ୪ ଏକର, କୁନି ମାଝୀଙ୍କ ୪ ଏକର ଆଦ୍ରୁ ମାଝୀଙ୍କ ୪ ଏକର, ନକୁଳ ମାଝୀଙ୍କ ୫ ଏକର ଧାନ ଚାଷ ପାଇଁ ପକାଯାଇ ଥିବା ଧାନ ପହ୍ଲାକୁ ହାତୀପଲ ସମ୍ପୂର୍ଣ୍ଣ ଭାବେ ମାଡ଼ି ଚକଟି ନଷ୍ଟ କରିଦେଇଛନ୍ତି। ଏହି ଚାଷୀମାନେ ଆସନ୍ତା ସୋମବାର ଦିନ ଜମିରେ ଧାନ ଲଗାଇବାର ଥିଲା। କିନ୍ତୁ ନିକଟସ୍ଥ ଜଙ୍ଗଲ କଡ୍ରାକଲି, ବାଲିପଦର ଓ ଲାଚୀନ ଗୁଡାରୁ ୧୫ରୁ ଉର୍ଦ୍ଧ୍ବ ହାତୀପଲ ଆସି ଏମାନଙ୍କ ଧାନ ପହ୍ଲା ଘାରିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି।

Omkar Vasthu
Omkar Vasthu


ସେହିପରି ନିକଟସ୍ଥ ଗାଁ ଗଉଡ଼ ଥୁଆଗୁଡାର ପାର୍ବତୀ ଗଉଡ଼ଙ୍କ ଧାନ ଓ ମକା ୨ଏକର, ଦେବରିଆ ଗଉଡ଼ଙ୍କ ଧାନ, ମକା ଓ ଛେଳିଆ ଗଉଡ଼ଙ୍କ ଧାନପହ୍ଲା ୧ ଏକର ନଷ୍ଟ କରିଛନ୍ତି। ନିକଟରେ ଥିବା ରଙ୍ଗ ଚିଟକାର ଜିତି ମାଝୀଙ୍କ ୧ ଏକର ଓ ତାଡିଝୁଲା ଗାଁର ୨୫ ଦିନ ହେଲା ରୁଆ ଯାଇଥିବା ୧୦ ଏକର ଧାନ ଜମିକୁ ମାଡି ନଷ୍ଟ କରିଛନ୍ତି। ଏହି ହାତୀପଲ ଏକ ସପ୍ତାହ ହେଲା ଗାଁକୁ ଗାଁ ଘୁରି ବୁଲୁଥିବା ବେଳେ ଚାଷୀ ଭୟଭୀତ ହୋଇ ପଡିଛନ୍ତି। ଆଜି ଲଡାଙ୍ଗ ଗାଁ ଲୋକେ ବାଜା ବାଜଣା ଧରି ହାତୀକୁ ଘଉଡ଼ାଇ ଥିବା ପ୍ରକାଶ କରିଛନ୍ତି। ୪ ଗୋଟି ଗାଁର ଲୋକେ ଲାଞ୍ଜିଗତ ଫରେଷ୍ଟ କାର୍ଯ୍ୟାଳୟକୁ ଆସି ଫରେଷ୍ଟର ବୃଷବ ବେଶ୍ରାଙ୍କୁ ସାକ୍ଷାତ କରି ଜମି ପଟା ସହିତ କାଗଜ ପତ୍ର ଦେଇଥିବା ଜଣା ପଡ଼ିଛି। ଏନେଇ ଲାଞ୍ଜିଗତ ଫରେଷ୍ଟର ଶ୍ରୀ ବେଶ୍ରାଙ୍କୁ ପଚାରିବାରୁ ଆଜି ମୁଁ ଓ ଫରେଷ୍ଟ ଗାର୍ଡ ବିଭୁତି ନାଏକ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିଛୁ। ସୋମବାର ଦିନ ବିଶ୍ୱନାଥପୁର ରେଞ୍ଜ ଅଫିସକୁ ସମସ୍ତ କାଗଳ ପତ୍ର ପଠାଇବୁ ବୋଲି ପ୍ରକାଶ କରିଥିଲେ। ହାତୀପଲ ଏହି ଚାଷୀ ମାନଙ୍କ ବହୁ ପରିମାଣରେ କ୍ଷୟକ୍ଷତି କରିଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.