ମାସିକିଆ ବଟି ନେଣଦେଣକୁ ନେଇ ଜିଲ୍ଳା ଅବକାରୀ ବିଭାଗର ଭିଡିଓ ଭାଇରାଲ

● ‘ଏବେ ଏତିକି ନିଅ…ଆଉ ଦୁଇ ଦିନ ପରେ ବାକିତକ ନେବେ’

● ଅତିରିକ୍ତ ଜିଲ୍ଳାପାଳଙ୍କୁ ତଦନ୍ତ ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲାରେ ଅବକାରୀ ବିଭାଗର ଏକ ଭିଡିଓ ଭାଇରଲ ପ୍ରସଙ୍ଗ ଏବେ ଜିଲ୍ଳାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମଦ ବ୍ୟବସାୟୀଙ୍କ ସହ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ ଓ ସୁଶାନ୍ତ କୁମାର ପାତ୍ର ନାମକ ଜଣେ କନେଷ୍ଟବଳ ଗୁଣପୁର ଠାରେ ଥିବା ଏକ ହୋଟେଲ ରୁମରେ ମାସିକିଆ ବଟି ନେଣଦେଣକୁ ନେଇ ବାର୍ତାଲାପ କରୁଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓ ଘଟଣା ସଂପର୍କରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଅବଗତ ହେବା ପରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଘଟଣାର ତଦନ୍ତ ଆଜି କରିବା ପରେ ସବିଶେଷ ରିପୋର୍ଟ ଜିଲ୍ଳାପାଳଙ୍କୁ ପଠାଯିବ ଏବଂ ଜିଲ୍ଳାପାଳ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରି ରାଜ୍ୟ ଅବକାରୀ ଆୟୁକ୍ତଙ୍କୁ ପ୍ରେରଣ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ଭାଇରଲ ହୋଇଥିବା ଭିଡିଓରେ ହୋଟେଲ ରୁମରେ ଜିଲ୍ଳା ଅବକାରୀ ବିଭାଗର କନେଷ୍ଟବଳ ସୁଶାନ୍ତ ପାତ୍ର ଓ ମଦ ଦୋକାନୀ ଜଣକ ଦେଖାଯାଉଥିବା ବେଳେ ଅବକାରୀ ଅଧୀକ୍ଷକ ଶ୍ରୀ ନାୟକ ଖଟରେ ଶୋଇ ବାର୍ତାଳାପ କରୁଥିବା ଶୁଣିବାକୁ ମିଳୁଛି । ମଦ ଦୋକାନୀ ଜଣକ କନେଷ୍ଟବଳ ପାତ୍ରଙ୍କୁ ଏବେ ଏତିକି ନିଅ..ବାକିତକ ଟଙ୍କା ଆଉ ଦୁଇଦିନ ମଧ୍ୟରେ ପ୍ରଦାନ କରିଦେବି ବୋଲି ଟଙ୍କା ଦେଉଥିବା ଭଳି ଦୃଶ୍ୟ ନ ଦେଖାଯାଉ ଥିଲେ ବି କଥାବାର୍ତାରୁ ସ୍ପଷ୍ଟ ବାରି ହେଉଛି । ତେବେ ଅବକାରୀ ଅଧୀକ୍ଷକ ଶ୍ରୀ ନାୟକ ଅଧିକ ଟଙ୍କା ମାଗୁଥିବା ବୋଲି ବାର୍ତ୍ତାଳାପ ଭିଡିଓରେ ଶୁଣିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଭିଡିଓଟି ଗତ ଏପ୍ରିଲ ମାସରେ ଗୁଣପୁର ଠାରେ ଥିବା ଏକ ଲଡ୍‌ଜ ରୁମରେ ରେକଡିଂ ହୋଇଥିବା ଚର୍ଚ୍ଚା ହେଉଛି । ଭିଡିଓ ରେକଡିଂ କିଏ ଏବଂ ଏହା କେବେ ଭାଇରଲ ହୋଇଥିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ବିଭାଗୀୟ ସୂତ୍ରରୁ ଖବର ମିଳିଛି । ତେବେ ଉକ୍ତ ଭିଡିଓ ଭାଇରଲ ପ୍ରସଙ୍ଗରେ ଜିଲ୍ଳା ଅବକାରୀ ଅଧିକ୍ଷକ ଶ୍ରୀ ନାୟକଙ୍କୁ ପଚାରିବାରୁ ଏହି ଭିଡିଓକୁ ଫେବ୍ରିକେଟେଡ୍ କରାଯାଇ ଭାଇରଲ କରାଯାଇଛି ଏଥିରେ ମୁଁ କିଛି କହିନାହିଁ ବୋଲି କହିବା ସହ ମାସିକିଆ ନେଣଦେଣକୁ ଖଣ୍ଡନ କରିଛନ୍ତି । ସେହିପରି କନେଷ୍ଟବଳ ସୁଶାନ୍ତ ପାତ୍ର ମଧ୍ୟ ଘଟଣାକୁ ଅତି ରଂଜିତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.