ରାଧାକୃଷ୍ଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

କୋରାପୁଟ, ୩୦|୮ (ତ୍ରିନାଥ ପଟ୍ଟନାୟକ): ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ସୋମବାର ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ କୋଭିଡ କଟକଣାର କିଂଚିତ କମ ପ୍ରଭାବ ଫଳରେ ଆନନ୍ଦର ଉଲ୍ଲାସର ସହ ପାଳନ କରାଯାଉଛି। ସାରା ରାଜ୍ୟରେ ଉତ୍ସବ ମୁଖର ପରିବେଶ। ମଠ, ମନ୍ଦିର ଓ ଭାଗବତ ଗାଦିକୁ ସୁସଜ୍ଜିତ କରାଯାଇ ସକାଳୁ ସକାଳୁ ଭାଗବତ ପାଠ ଚାଲିଛି। ଜନ୍ମାଷ୍ଟମୀ ଲାଗି କୋରାପୁଟ ରାଧା କୃଷ୍ଣ ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ କୋଭିଡ ନିୟମ ପାଳନ ମୁତାବକ ପାଳିତ ହୋଇଯାଇଅଛି। ସହରର ଏହି ମନ୍ଦିରରେ ଶ୍ରଦ୍ଧା ଓ ଭକ୍ତିର ସହ ଭକ୍ତ ମାନେ ଗୋଟିଏ ପରେ ଗୋଟିଏ ଆସି ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ପରିଧାନ ପୂର୍ବକ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ଆନନ୍ଦର ସହ ଫେରିଥିବା ଦେଖା ଦେଇଅଛି। ପାରମ୍ପରିକ ରୀତିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ତଥା ଦୋଳିରେ ଝୁଲୁଥିବା ବାଳଗୋପାଳ ରୁପକୁ ସର୍ବସାଧାରଣ ଦର୍ଶନ ନେବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଅଛନ୍ତି ଏହି କାର୍ଯ୍ୟକ୍ରମ ରାତ୍ର ୮ ରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.