କଳାହାଣ୍ଡି : ପୁଲୱାମା ଠାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତି ଆକ୍ରମଣରେ ସହିହ ଯବାନଙ୍କ ପ୍ରତି ଗଭିର କୃତଜ୍ଞତା ଜଣାଇ ଦେଶର କୋଣ ଅନୁକୋଣରୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଉଛି । ଆତଙ୍କବାଦୀଙ୍କ ପୃଷ୍ଠ ପୋଷକ ପାକିସ୍ତାନ ବିରୁଦ୍ଧରେ ମାତି ଉଠିଛନ୍ତି ଭାରତୀୟ ଜନତା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମକୁ ପ୍ରତିଶୋଧ ଦରକାର । ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଯାଦବ ସମାଜ ତରଫରୁ ସହିଦଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଦେବା ସହ ସେମାନଙ୍କ ପରିବାରବର୍ଗଙ୍କୁ ଗଭିର ସମାବେଦନା ଜ୍ଞାପନ କରାଯାଇଛି । ବୀର ସହିଦଙ୍କ ଉଦ୍ଦେଷ୍ୟରେ କେଣ୍ଡେଲ ରେଲି କରିବାସହ ନିରବ ପ୍ରାଥନା କରିଥିଲେ । ଭାରତ ମାତା କି ଜୟ, ପାକିସ୍ତାନ ମୂର୍ଦାବାଦ, ୪୪ ର ବଦଳା ୪ ହଜାର ମୁଣ୍ଡ ଆଦି ବିଭିନ୍ନ ନାରା ଦେବା ସହ ପାକିସ୍ତାନ ଉପରେ ଜୋର ବର୍ଷିଥିଲେ ଯାଦବ କୂଳ । ଭାରତୀୟ ସେନା ଉପରେ ଆମର ପୂର୍ଣ୍ଣ ଭରଷା ଅଛି ଓ ସରକାର ଶିଘ୍ର ପାକିସ୍ତାନ ଉପରେ କଡା ଆଭିମୂଖ୍ୟ ଗ୍ରହଣ କରନ୍ତୁ ବୋଲି ଯାଦବ ସମାଜରୁ ମତ ପ୍ରକାଶ ପାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଳାହାଣ୍ଡି ଯାଦବ ମହାସଭାର ସାଧାରଣ ସଂପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଦେଶର କୋଟି କୋଟି ଯାଦବଙ୍କ ଦୀର୍ଘ ଦିନର ଦାବି “ଅହୀର ରେଜିମେଣ୍ଟ” ଗଠନ ଦିଗରେ କେନ୍ଦ୍ର ସରକାର ଗୁରୁତର ସହ ବିଚାର କରିବା ସମୟ ଆସିଯାଇଛି ବୋଲି ମତ ପ୍ରକାଶ କରିଛନ୍ତି ।
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Omkar Vasthu
Subscribe us on Youtube👇
http://tiny.cc/odiabarta
Near Ashish Medical Store, Bhawanipatna
Udyogi Nursery