କଳାହାଣ୍ଡି : ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ୍ୟ ସେବା ବିକାଶ ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସଂକୀର୍ତ୍ତନ କଳାକାର ସମାବେଶ ରିଷିଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାବେଶରେ ମହିଳା ସଂକୀର୍ତ୍ତନ ଜିଲ୍ଲା ସଭାନେତ୍ରୀ ରିତାଞ୍ଜଳି ଦାସ, ମ. ରାମପୁର ସଭାପତି ମାଧବ ମାଝୀ, କାର୍ଲମୁଣ୍ଡା ସଭାପତି ହୃଦାନନ୍ଦ ମଲ୍ଲିକ, ନର୍ଲା ସମ୍ପାଦକ ହେମନ୍ତ ଭୋଇ, ବିଶ୍ଵାମିତ୍ର ଭୋଇ, ଦେବରାଜ ସାହୁ ପ୍ରମୁଖ ଯୋଗ ଦେଇ ସଂକୀର୍ତ୍ତନର ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ୩୦ ଜଣ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାବାସହ ଦୁର୍ବଶା ଭୋଇ, ମହନ ନାଏକ, ବସନ୍ତ ବଡ଼ମାଲି ଆଦି ବିଶିଷ୍ଟ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।