କବିତା: ମୁଁ ନୁହେଁ ମଦର, ‘ଇଗନାସ ର କାହାଣୀ’ କରନି ମୋତେ ଏତେ ଟଣା ଟଣି

Omkar Vasthu
Omkar Vasthu

✒️ଡୁଇଟ୍ ଡେଭିଡ ଫିଲିପ

ମୁଁ ପସ୍ଥାଉଛି ଭାଳି
ନଯାଇ ଆଫ୍ରିକା, କି ଲାଟିନ ଆମେରିକା, ଭାରତ, ଆସିଲି କାହିଁ

Pearl dental clinic
Near Ashish Medical Store, Bhawanipatna

କାହିଁକି ଡାକିଲୁ, ଭାରତ ମାଟି
ଲୋକେତ ଆସନ୍ତି ଲୁଟି
ତୋର ମାଣିକ୍ୟ ମୋତି

Udyog Nursery
Udyogi Nursery

ଆସିଥିଲି ଏକଲା ଖାଲି ହାତରେ
ଆକ୍ରମଣ ନୁହେଁ, ସେବା ମନରେ
ଜଗତ ଗାଇଛି ଘରେ ଘରେ,
ଗଲାବେଳକୁ “ନ ଥିଲା କିଛି ତା ପାଖରେ”

ବାଇବଲ ଓ ପିନ୍ଧା ଶାଢ଼ୀ ଖଣ୍ଡିଏ
ଜପ ମାଳା ସାଙ୍ଗେ ଚପଲ ହଳେ,
ମଲା ବେଳେ ସବୁ ପ୍ରଚାର କଲେ,
ଜଗତ ଗାଇଛି ଘରେ ଘରେ

ମୋତେ ଯେଉଁମାନେ ଟେକା ମାରିଲେ
ସେ ଟେକା କହିବ ସେ କେଉଁଠୁ ଆସେ
ସେ ଜାଣେ ମୋ ଚର୍ମର କଥା,
ଦେହର ବଥା, ଲୁହର କଥା,

ମୁଁ ଯାହାଙ୍କ ଘା ବାନ୍ଦ୍ଧିଲି
ତା ଧର୍ମ ଜାତି ନା ଦେଶ ଦେଖିଲି,
ମୋ ଶବର ବ୍ୟବ ଛେଦୁଛ କେତେ
ମିଳିବନି କିଛି, ମୁଁ ଅଛି ସ୍ୱର୍ଗେ

ବାନ୍ଧିଲା ମଲମ ଓ ବେଣ୍ଡେଜକୁ ପଚାର
ସେ ଜଣଆଇବ ସେ ନିଜେ କାହାର,
ସେ ଜାଣେ ଦୁଃଖିର ଚର୍ମର କଥା,
ଦେହର ବଥା, ଲୁହର କଥା

ଯେଉଁ ଘରେ ଅନାଥ ଆଣି ରଖିଲି
ସେ ଘର ଓ ଖଟ ଜାଣିଛି ଦେଖି
ସେ ଜାଣେ ତାଙ୍କର ଚର୍ମର କଥା,
ଦେହର ବଥା, ଲୁହର କଥା

ମୋତେ ମିଳିଲା ସ୍ଵିତ୍କୃତି ଫଳକ
କହିବ ଆଗ୍ନେସ କେମିତି ହେଲା ମଦର
ଲମ୍ବା ରାସ୍ତା ଚାଲି ହୋଇ ନିରବ,
ଭିକ୍ଷା ଦାତ୍ତା ଦେଲେ ଦେଖି ଅନିଦ୍ରା ଆଖିର

ଏ ଯୁବା ପିଢ଼ି,
ଏ କାହାଣୀ କୁହା ବୁଢ଼ା ବୁଢ଼ୀ
ଏ ଜଗତର ଲାଇବ୍ରେରି
ମୋ ଫଟୋ ଟଙ୍ଗା କାନ୍ଥ ବାଡି,
ମଲା ପରେ ବି ଜାଣ, କରିହୁଏ ହଣା ହଣି

କୃଷ, ସିନା ସହୁଛି ଯୀଶୁଙ୍କ କାହାଣୀ
ପୂଜାରୀ ବି ସହୁଛି ଯୀଶୁଙ୍କ ପାଇ
‘ସେ’ ସିନା ଆଣିଲେ ଭାରତ ଦେସେ
କଥାରେ କରୁଛ ମୋତେ ପାଣି ପାଣି

ବାହା ନାଇ କି, ପିଲା ନାଇ
ଭୋଗ ଚଢ଼ାଇଛି
ଅଣ୍ଟା, ପିଠି, ଆଖି, ହାତ ଥରିବା ଯାଏଁ

ଟେରେସା ଡାକ, ମଦର ନାହିଁ,
ଲେଖୁଛ ଯଦି ନୂଆ କାହାଣୀ

ମୁଁ ଟେରେସା ଥିଲି, ମଦର ନୁହେଁ
ଯୀଶୁ ଥିଲେ ଖ୍ରୀଷ୍ଟ ଜାଣିଲ ନାହିଁ
ମଦର, ଖ୍ରୀଷ୍ଟ କହିଲେ ଦିଅନି ଟାଣି
ପଢ଼ିବାକୁ ହେବ, ବେଦ, ବାଇବଲ, ତୋରାର ପୁରା କାହାଣୀ

ମୁଁ ଭାରତକୁ ଆଶି ପାରିବିନି କେବେ
ତୁମେ ବି ଚେଷ୍ଟା କର,
ଟେରେସା ପରି କିଏ ନ ଆଶୁ କେବେ

ଏନ୍ ଆର୍ ସି, ସିଏଏ, ଆସୁଛି ଯେବେ
‘ବସୁଦେବ କୁଟୁବକମ୍’ ଖ୍ରୂର୍ଣ୍ଣ ନହେଉ କେବେ

ଗାନ୍ଧୀଙ୍କୁ ଗୁଳି, ମୋ ପାଇ ଗାଳି
ଇତିହାସ ତ ଯାଉଥିଲା ତା ବାଟେ ବାଟେ
ନୂଆ ଇତିହାସ କହିବନିତ
ତ୍ରାହି, ତ୍ରାହି, ତ୍ରାହି

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.