ଲାଞ୍ଜିଗଡ଼: ପଞ୍ଚାୟତର ସାମ୍ପ୍ରତିକ ସ୍ଥିତିରେ ଅବନତି ଏବଂ ସମସ୍ତ ଯୋଜନା ସତ୍ୱେ ଅନ୍ୟୁନ୍ନତ ଅବସ୍ଥାର ପ୍ରତିଛବିକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଶୃତି ବଦ୍ଧ ପୂର୍ବକ ମୁଁ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ନଙ୍ଗଲବେଢା ଗାଁର ଯୁବ ଛାତ୍ରୀ ସଙ୍ଗୀତା ମାଝୀ । ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମ ପଞ୍ଚାୟତରେ ଆଜି ସଙ୍ଗୀତା ମାଝୀ କୋଭିଡ କଟକଣାରେ ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଅଞ୍ଚଳରେ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in