କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜପୁଟ ପଂଚାୟତ ରାଜୁବିଡ଼େଇ ଗ୍ରାମର ଗୋପି ଖଜୁରୀପୁଟିଆ ବୟସ ଯାହାଙ୍କ ବୟସ ୨୮ । ଗତ ଦୀର୍ଘ ଏକ ମାସ ବିତିଗଲାଣି ରୋଗୀ ଜଣକ ପେଟରେ ଯନ୍ତ୍ରଣା ସହ ଗୋଡ଼ ହାତ ଫୁଲିବାରେ ଲାଗିଛି । ଏହି ଖବର ପାଇ ତୁରନ୍ତ ଗାଁରେ ପହଞ୍ଚି ନିଜ ଗାଡ଼ିରେ କୋରାପୁଟ ମେଡିକାଲ ନେଇ ଭର୍ତ୍ତି କଲେ କୋରାପୁଟ ସେମିଲିଗୁଡା ବ୍ଲକର ପୂର୍ବତନ ସରପଞ୍ଚ ପିତାମ୍ବର କିର୍ଷାନୀ । ସେ ଆଗରୁ ମଧ୍ୟ ଏହିଭଳି ଅନେକ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଜିଲ୍ଲା ତଥା ବାହାର ରାଜ୍ୟକୁ ଯାଇ ରୋଗୀଙ୍କ ପାଇଁ ତତ୍ପର ହୋଉଥିବା ଦେଖିବାକୁ ମିଳିଅଛି । ତେବେ ସେ ଏହିଭଳି ସେବା କାର୍ଯ୍ୟ ଜାରି ରଖି ଅଞ୍ଚଳବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଅଛନ୍ତି ।