ପ୍ରଧାନମନ୍ତ୍ରୀଙ୍କ ରାଲିରେ ଫ୍ଳାଗ ବିଏରେର ଭାବେ ଯୋଗ ଦେବେ ରାୟଗଡାର ଏନସିସି ସିନିୟର ଅଣ୍ଡର ଅଫିସର ସୈାମ୍ୟରଂଜନ ମାଣ୍ଡାଙ୍ଗି

ରାୟଗଡା : ଆସନ୍ତା ଜାନୁଆରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ରାଜପଥ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଦୁଇଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାୟଗଡା ମହାବିଦ୍ୟାଳୟରୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନେ ହେଲେ ସିନିୟର ଅଣ୍ଡର ଅଫିସର ସୌମ୍ୟରଂଜନ ମାଣ୍ଡାଙ୍ଗି ଏବଂ କ୍ୟାଡ଼େଟ ବିଷ୍ଣୁ ପ୍ରସାଦ ପାନ୍ତୁରୁ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ଭି. ଆର. ରତ୍ନଶ୍ରୀ, ଆସୋସିଏଟ ଏନସିସି ଅଫିସର ଲେଫ୍ଟନାଣ୍ଟ ଉଦୟ ନାଏକ, ବରିଷ୍ଠ ପ୍ରାଧ୍ୟାପକ ପ୍ରସନ୍ନ କୁମାର ଗନ୍ତାୟତ , ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍ସ ସମସ୍ତେ ଖୁସି ବ୍ୟକ୍ତ କରିବା ସହିତ ଏହି ଦୁଇଜଣ ସମର ଶିକ୍ଷାର୍ଥୀ ବାହିନୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।‌ ସିନିୟର ଅଣ୍ଡର ଅଫିସର ସୌମ୍ୟରଞ୍ଜନ ମାଣ୍ଡାଙ୍ଗି ଆସନ୍ତା ୨୬ ଜାନୁୟାରୀରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିରେ ଫ୍ଲାଗ ବିଏରେର ଭାବେ ଯୋଗଦେବେ । ଏହି ଖବର ହସ୍ତଗତ ହେବା ପରେ ସୌମ୍ୟରଞ୍ଜନ ମାଣ୍ଡାଙ୍ଗିଙ୍କ ପରିବାର ବର୍ଗ, ସାଙ୍ଗସାଥି ସମସ୍ତେ ଖୁସିରେ ଉତଫୁଲ୍ଲିତ ହୋଇଛନ୍ତି । ସୈାମ୍ୟଙ୍କ ଘର ରାୟଗଡା ସହରର ତୁମ୍ବିଗୁଡାରେ ହୋଇଥିବା ବେଳେ ତାଙ୍କ ବାପା ପ୍ରଦୀପ କୁମାର ମାଣ୍ଡାଙ୍ଗି ଜଣେ ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ପ୍ରକାଶ ଥାଉ କି, ଓଡିଶାର ବିଭିନ୍ନ ମହାବିଦ୍ୟାଳୟରୁ ୫୫ଜଣ ସମର ଶିକ୍ଷାର୍ଥୀ ବାହିନୀ ରିପବ୍ଳିକ ଡେ କ୍ୟାମ୍ପ (ଆରଡିସି)ରେ ଯୋଗ ଦେଇଥିବା ବେଳେ ଭଲ ପ୍ରଦର୍ଶନ କରି ସିନିୟର ଅଣ୍ଡର ଅଫିସର ସୈାମ୍ୟରଂଜନ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଫ୍ଳାଗ ବିଏରେର ଭାଵେ ମନୋନୀତ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.