ଯୁବ ରେଡକ୍ରସ୍ ଦକ୍ଷିଣ ଓଡ଼ିଶା ଜୋନର ନେତାଜୀ ଜୟନ୍ତୀ ଦିବସ ପାଳିତ

ଭବାନୀପାଟଣା: ଯୁବ ରେଡକ୍ରସ୍ ଦକ୍ଷିଣ ଓଡ଼ିଶା ଜୋନ ତରଫରୁ କୋଭିଡ କଟକଣାକୁ ଆଖିଆଗରେ ରଖି ଅନଲାଇନ୍ ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼ଃ. ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଯୁବ ସମାଜର ଆଦର୍ଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଵାଧୀନତା ସଂଗ୍ରାମର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ଯୁବ ରେଡକ୍ରସ୍ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ମା ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଥୁଆମୂଳ ରାମପୁରର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇ “ନେତାଜୀ ସୁବାଷ ଚନ୍ଦ୍ର ବୋଷ : ଯୁବ ଗୋଷ୍ଠୀଙ୍କ ଆଦର୍ଶ” ଶୀର୍ଷକରେ ବିସ୍ତୃତ ତଥ୍ୟମୂଳକ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଗଞ୍ଜାମ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ସଂଯୋଜକ ଅଶ୍ଵିନୀ ଓତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆଞ୍ଚଳିକ ମହାବିଦ୍ୟାଳୟ ଜଗନ୍ନାଥ ପ୍ରସାଦର ଯୁବ ରେଡକ୍ରସ୍ ପରାମର୍ଶଦାତା ଲୋକନାଥ ମହାନ୍ତି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଜପତି ଜିଲ୍ଲା ସଂଯୋଜକ ଡ଼ଃ. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ପରିଚାଳନା କରିଥଲେ । ଦକ୍ଷିଣ ଜୋନ ଅନ୍ତର୍ଗତ ନଅ ଗୋଟି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଯୁବ ରେଡକ୍ରସ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.