କଳାହାଣ୍ଡି: ପ୍ରସିଦ୍ଧ ଦେବଗିରି ମଠର ଭଗବତସ୍ବାମୀ, ଦଧିବାମନ ଜିଉ, କାଶି ବିଶ୍ୱନାଥ ମହାଦେବ ଓ ମହାମାୟା ଚଣ୍ଡିଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ରାକ୍ସି ସରପଞ୍ଚ ପ୍ରାର୍ଥୀ ଯେମନ୍ତ ପୋଢ । ଏହାସହ ସେ ବୁଢିପଦର ଗାଁର ୪ଟି ଓ୍ବାର୍ଡର ଘରକୁ ଘର ଯାଇ ଜନସାଧାରଣଙ୍କୁ ସାକ୍ଷାତ କରି ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ଯେମନ୍ତ ପୋଢ କହିଛନ୍ତି ଯେ, ରାକ୍ସି ପଞ୍ଚାୟତବାସୀଙ୍କ ସେବା ସହ ଏହି ପଞ୍ଚାୟତର ବିକାଶ ପାଇଁ ସେ ବଦ୍ଧ ପରିକର । ନିଜ ଅଞ୍ଚଳର ବହୁବିଧ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ଆଶୁ ସମାଧାନ କିପରି ହୋଇପାରିବ ସେଥିପାଇଁ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପାଇପାରିବେ ଏବଂ ବିନା କୌଣସି ଦୁର୍ନୀତିରେ ନିଜ ଅଞ୍ଚଳର ପ୍ରକୃତିକ ପରିବେଷରେ ଲୋକେ ବେଶୀ ଲାଭବାନ ହେବେ, ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୈାନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ଯେମନ୍ତ ପୋଢ । ପଞ୍ଚାୟତରେ ଜନସାଧାରଣ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।