ବରିଷ୍ଠ ସାମ୍ବାଦିକ ସଞ୍ଜୀବ ଯୋଶୀଙ୍କ ବିୟୋଗରେ ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ଶୋକସଭା

ଭବାନୀପାଟଣା: ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସଞ୍ଜୀବ କୁମାର ଯୋଶୀଙ୍କ ଆବର୍ତ୍ତମାନରେ ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣାଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଞ୍ଜୀବଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ସଂଘର(ଓଜେୟୁ) ତରଫରୁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଓ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ଗଭୀର ଭାବେ ମର୍ମାହତ ହେବା ସହ ଶୋକବ୍ୟକ୍ତ କରିଛନ୍ତି । ଏହି କ୍ରମରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସହର ସ୍ଥିତ ନିୟୁ ଷ୍ଟାର ସିନେପ୍ଲେକ୍ସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ବର୍ଗତ ସାମ୍ବାଦିକ ସଞ୍ଜୀବ କୁମାର ଯୋଶୀଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଧୂପ ଦୀପ ପ୍ରଜ୍ବଳନ କରି ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସଂଘର ସଭାପତି ନିରୋଜ କୁମାର ପଟ୍ଟନାୟକ, ଉପ ସଭାପତି ତୁମ୍ବେଶ୍ୱର ସାହୁ, ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁ ଓ କୋଷାଧ୍ୟକ୍ଷ ଅଭିରାମ ପ୍ରାସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଯୋଶୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଦସ୍ୟ ନରେନ୍ଦ୍ର କୁମାର ଦାସ, ସଞ୍ଜୀବ କୁମାର ବେହେରା, ସନ୍ତୋଷ କୁମାର ପ୍ରଧାନ, ବିରଞ୍ଚି ନାରାୟଣ ଯୋଶୀ, ଶରତ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତ ଯୋଶୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, କିଛି ଦିନର ଅସୁସ୍ଥତା ପରେ ଗତ ଜାନୁଆରୀ ୩୦ ତାରିଖରେ ୫୬ ବର୍ଷ ବୟସରେ ସଞ୍ଜୀବ ଯୋଶୀଙ୍କ ବିୟୋଗ ଘଟିଥିଲା । ସେ ଦୀର୍ଘ ୩ଦଶନ୍ଧି ଧରି ଧରିତ୍ରୀ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.