ଗୁରୁଜନଙ୍କ ଆଶିଷ ଭିକ୍ଷା କରି ପ୍ରଚାର ମଇଦାନରେ ସରିଆଁ ସରପଞ୍ଚ ପ୍ରାର୍ଥୀ ଓମପ୍ରକାଶ ଛତ୍ରିଆ

କଳାହାଣ୍ଡି: ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଯୁବକ ଓମପ୍ରକାଶ ଛତ୍ରିଆ ଚଳିତ ପଞ୍ଚାୟତ ନିର୍ବାଚନରେ ସରିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ନର୍ଲା ବ୍ଲକ ସରିଆଁ ଗ୍ରାମରେ ଜନ୍ମିତ ଏହି ଯୁବ ପ୍ରତିଭା ସାମାଜିକ କର୍ମରେ ସ୍ନାତକୋତ୍ତର ଶିକ୍ଷା (ଏମ.ଏସ.ଡବ୍ଲୁ.) ଲାଭ କରିଛନ୍ତି । ଛାତ୍ର ଜୀବନରୁ ସମାଜସେବାରେ ମନୋନିବେଶ କରିଥିବା ଓମପ୍ରକାଶ ଅଞ୍ଚଳର ଜଣେ ଜଣାଶୁଣା ଯୁବ ନେତୃତ୍ବ । ସରିଆଁ ପଞ୍ଚାୟତବାସୀଙ୍କ ସେବା ସହ ଏହି ପଞ୍ଚାୟତର ବିକାଶ ଲକ୍ଷ ନେଇ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଅବତିର୍ଣ୍ଣ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ପଞ୍ଚାୟତରେ ଜନସାଧାରଣ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ଓମପ୍ରକାଶ ଆଶା ବ୍ୟକ୍ତ କରିଛନ୍ତି । ଶୁଭ ଯୋଗ ଲଗ୍ନରେ ତାଙ୍କୁ ପରିବାର ସ୍ବଜନ ବନ୍ଦାପଣା କରିବା ପରେ ସେ ବିଦ୍ଧିବଦ୍ଧ ଭାବେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଜି ସେ ସରିଆଁ ଗ୍ରାମର ଘରକୁ ଘର ଯାଇ ଗୁରୁଜନଙ୍କ ଆଶିର୍ବାଦ କାମନା କରୁଥିବା ଦେଖିବାକୁ ମିଳିଛି । ଓମପ୍ରକାଶଙ୍କୁ ଯୁବ ପିଢି, ମହିଳା ଏବଂ ଜନସାଧାରଣ ସମର୍ଥନ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.