● ପ୍ରାର୍ଥୀ ମାନଙ୍କୁ ମଧ୍ୟ ବୁଷ୍ଟର୍ ଡୋଜ୍ ଦେବାପାଇଁ ଦାବୀ
କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କରୋନାର ତୃତୀୟ ଲହର ଓମିକ୍ରନ ଘୁ ଘୁ ମାଡି ଚାଲିଥିବା ବେଳେ ବର୍ତ୍ତମାନ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯାଇଛି । ସାରା ରାଜ୍ୟରେ ଆସନ୍ତା ୧୬/୨ ରୁ ୫ ଗୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି କ୍ଲକର ସରକାରୀ କର୍ମଚାରୀ ମାନେ ଆସନ୍ତା ୧୬/୧୮ /୨ ଅନୁଷ୍ଠିତ ହେବାକୁ ଯାଉଥିବା ଭୋଟ ଗ୍ରହଣ ନିମନ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ୨୫,୦୦ ରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ମାନେ ପୋଲିଙ୍ଗ , ପ୍ରିଜାଇଡିଂ ଅଧିକାରୀ ଭାବରେ ବିଭିନ୍ନ ବ୍ଲକର ମତଦାନ କେନ୍ଦ୍ର (ବିଦ୍ୟାଳୟ) ମାନଙ୍କୁ ଯିବେ । ଏଥିପାଇଁ ଆଜି ନର୍ଲା ବ୍ଲକର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡୁ୍ୟଟିରେ ଯାଉଥିବା ୫୫୯ ଜଣ ପୋଲିଙ୍ଗ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ କରୋନା ଟିକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ନର୍ଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୪ ଗୋଟି କାଉଣ୍ଟର କରି ନର୍ଲା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ.ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ବିପିଏମ୍ ସବୀର ପଧାନଙ୍କ ନେତୃତ୍ୱରେ କରୋନା ଟିକା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳୁଛି । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିୟମିତ ଭଳି କରୋନା ପରୀକ୍ଷଣ ଚାଲୁଥିବା ବେଳେ ରୋଗୀ ପରୀକ୍ଷଣ ମଧ୍ୟ ଚାଲୁଛି । ଏଭଳି ପରିସ୍ଥିତିରେ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଡୁ୍ୟୁଟିରେ ଯାଉଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରି ମାନେ ବୁଷ୍ଟର ଡୋଜ ଟିକା ନେଉଥିବାରୁ ନର୍ଲା ଡାକ୍ତରଖାନା ପରିସରରେ ପ୍ରବଳ ଭିଡ ହେଉଥିବାରୁ କରୋନା କଟକଣା ମଧ୍ୟରେ ସମସ୍ତଙ୍କୁ ଶୃଙ୍ଖଳିତ ଭାବରେ କରୋନା ଟିକା ପ୍ରଦାନ କରିବା ଭଳି କାର୍ଯ୍ୟକ୍ରମ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନଙ୍କ ସହାୟତାରେ ଠିକ ଭାବରେ ସମ୍ପାଦିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ବିପିଏମ୍ ଶ୍ରୀ ପଧାନ ହେଲେ ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ/ ପ୍ରାର୍ଥୀନୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ କରୋନା ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।