କଳାହାଣ୍ଡି: କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଛି । ତେବେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶର ଅଭିବୃଦ୍ଧି ନିମନ୍ତେ ମିଳିଥିବା ପୁସ୍ତିକାକୁ ଛାତ୍ରଛାତ୍ରୀ ଘରେ ଅଭ୍ୟାସ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ଭବାନୀପାଟଣାର ନୂତନ ଅଧ୍ୟକ୍ଷ୍ୟା ଡ. ସ୍ନେହାପ୍ରଭା ମହାପାତ୍ରଙ୍କ ତତ୍ୱାବଧାନରେ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଅରୁଣ କୁମାର ଭୋଇ, ନୀହାରିକା ଦେବୀ, ବିଜଲୀ ଏକ୍କା, ସୁନିତା ଦୁର୍ଗା ପ୍ରମୁଖ ସମସ୍ତେ ଘରକୁ ଘର ବୁଲି ତଦାରଖ କରୁଛନ୍ତି ।
ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର, ନର୍ଲାର ମାଣ୍ଡେଲ, ଭବାନୀପାଟଣାର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶର ଅଭିବୃଦ୍ଧି ତଦାରଖ କରୁଛନ୍ତି । ଶିକ୍ଷକ ପ୍ରତିଷ୍ଠାନର ଉକ୍ତ କାର୍ଯ୍ୟକ୍ରମକୁ କଳାହାଣ୍ଡିର ବୁଦ୍ଧିଜୀବୀ ଓ ଅଭିଭାବକମାନେ ପ୍ରଶଂସା କରିଛନ୍ତି ।