● ତିତକେଲା ଗାଁରେ କଲେ ଭୋଟ ଭିକ୍ଷା
କଳାହାଣ୍ଡି: ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତର ସମିତି ସଭ୍ୟ ଲଢେଇ ରୋଚକ ମୋଡରେ ପହଞ୍ଚିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ କସରତ ଆରମ୍ଭ କରି ଦେଇଛନ୍ତି । ତେବେ ସମସ୍ତ ପ୍ରାର୍ଥୀଙ୍କ ଠାରୁ ବାରି ହୋଇ ପଡୁଛନ୍ତି ରୁପ୍ରା ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଲଢେଇ କରୁଥିବା ସୁଲୋଚନା ପଟ୍ଟନାୟକ । ପୂର୍ବରୁ ସମାଜ ସଂସ୍କାର, ନାରୀ ଜାଗରଣ ଓ ନାରୀ ଶିକ୍ଷା ପାଇଁ ସେ ଅଞ୍ଚଳରେ ସୁପରିଚିତ ଥିଲେ । ଏହାସହ ସୁଲୋଚନାଙ୍କ ସ୍ବାମୀ ହରଦେବ ପଟ୍ଟନାୟକଙ୍କ ସମାଜସେବା ଓ ଉତ୍ତମ ଜନ ସଂପର୍କ ତାଙ୍କ ଲଢେଇରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏସବୁ ଦୃଷ୍ଟିରୁ ବିଚାର କଲେ ସୁଲୋଚନାଙ୍କ ଲୋକପ୍ରିୟତା ବଢୁଥିବା ଅନୁମେୟ ହେଉଛି । ଇତି ମଧ୍ୟରେ ସେ ମାଲପଡା ଗ୍ରାମର ଘରକୁ ଘର ଯାଇ ଭୋଟ ଭିକ୍ଷା କରିବାସହ ତାଙ୍କୁ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସୁଲୋଚନାଙ୍କ ନିର୍ବାଚନୀ ଚିହ୍ନ ‘ତାଲା ଚାବି’ ରହିଥିବାରୁ ଏହି ଚିହ୍ନରେ ମୋହର ମାରି ତାଙ୍କୁ ଜୟଯୁକ୍ତ କରିବାକୁ ସେ ଭୋଟର୍ସ ମାନଙ୍କୁ ବିନିତ ଅନୁରୋଧ କରିଛନ୍ତି ।