ନର୍ଲା ରାଜନୀତି: ନିର୍ବାଚନ ମଇଦାନରେ ତୁଳାପଡା ସମିତି ସଭ୍ୟ ପ୍ରାର୍ଥୀ ମନ୍ମୟ ଚାନ୍ଦ

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

କଳାହାଣ୍ଡି: ତୁଳାପଡା ସମିତି ସଭ୍ୟ ପ୍ରାର୍ଥୀ ମନ୍ମୟ ଚାନ୍ଦ୍ ଓରଫ ଜିତୁ ଚାନ୍ଦ୍ ନିଜର ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ତୁଳାପଡା ମାଟି ଜିତୁଙ୍କ ପୂର୍ବପୁରୁଷଙ୍କ କର୍ମଭୂମୀ ଏହି କାରଣରୁ ତୁଳାପଡା ପଞ୍ଚାୟତବାସୀଙ୍କ ସହ ନିବିଡ ସଂପର୍କ ଥିବା ଜଣାପଡିଛି । ଯାହା ତାଙ୍କର ନିର୍ବାଚନ ପ୍ରଚାରରୁ ସ୍ପଷ୍ଟ ଅନୁମେୟ ହୁଏ । ବିଭିନ୍ନ ସଂଗଠନ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଜିତୁ ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇ ଏକ ନୂଆ ମୁହଁ ଭାବରେ ମତଦାତାଙ୍କୁ ପ୍ରଭାବିତ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲାର ରାଜନୈତିକ ପାଣିପାଗ ସରଗରମ ରହିଛି । ଏହାରି ଭିତରେ ତୁଳାପଡା ସମିତି ସଭ୍ୟ ଲଢେଇ ରୋଚକ ମୋଡରେ ପହଞ୍ଚିଛି । ଏଥିରେ ଦୁଇ ହେବିଓ୍ବେଟ୍ ମନ୍ମୟ ଚାନ୍ଦ୍ ଓ ଦୁର୍ଗାପ୍ରସାଦ ମହାନ୍ତି ମୁହାଁ ମୁହିଁ ହୋଇଛନ୍ତି । ପୂର୍ବରୁ ନର୍ଲା ବ୍ଲକର ଅନେକ ଅଧ୍ୟକ୍ଷ ନିର୍ବାଚିତ କରାଇବାରେ କିଙ୍ଗ୍ ମେକର୍ ସାଜିଥିବା ଏହି ଦୁଇ ବନ୍ଧୁ ତୁଳାପଡା ସମିତି ସଭ୍ୟ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଜିତୁ ଚାନ୍ଦ୍ ତୁଳାପଡା ପଞ୍ଚାୟତର ଗାଁକୁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ଜନସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଏଥର ନର୍ଲା ବ୍ଲକ୍ ଅଧ୍ୟକ୍ଷା ପଦବୀ ପାଇଁ ମନ୍ମୟ ଚାନ୍ଦଙ୍କ ଧର୍ମପତ୍ନୀ ସୀମନ୍ତିକା ଚାନ୍ଦ ଏବଂ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଧର୍ମପତ୍ନୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷା ଥିବା ମନୋରମା ମହାନ୍ତି ରେସ୍ ରେ ଥିବା ଜଣାପଡିଛି । ତେଣୁ ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ପୂର୍ବରୁ ତୁଳାପଡା ଲଢେଇ ସେମିଫାଇନାଲ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.