ନୂଆପଡା: ସଦର ବ୍ଲକ ସାହିପଲା ଗ୍ରାମ ପଂଚାୟତର ବିଭିନ୍ନ ଗାଁ ମାନଙ୍କରେ ବୁଲି ପ୍ରଚାର କରିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ରୋଶନ ବାନୁ । ନିଜର ମହିଳା ସମର୍ଥକଙ୍କ ସହିତ ସେ ସହିପଲା ଗ୍ରାମ ପଂଚାୟତର ସାଲେପଡା, ବହଲ ଡ଼ିହି, ଗୁର୍ଜିଭଟା, ଗୁଣ୍ଡ୍ରିଝର ଗାଁ ମାନଙ୍କରେ ଲୋକଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ସାହିପଲା ପଂଚାୟତର ଉର୍ନତି ପାଇଁ ଖୋଲା ଛତା ଚିହ୍ନରେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ମତଦାତା ମାନଙ୍କୁ ଅନୁରୋଧ କରିଛନ୍ତି ରୋଶନ ବାନୁ । ଏଠାରେ ପ୍ରକାଶଯୋଗ୍ୟ ଯେ, ନୂଆପଡା ବ୍ଲକ ଯୁବ ବିଜେଡି ସଭାପତି ବିଲାଲ ଭାଇଙ୍କ ଧର୍ମପତ୍ନୀ ହେଉଛନ୍ତି ଶ୍ରୀମତୀ ରୋଶନ ବାନୁ । ବିଲାଲ ଭାଇ ଓ ତାଙ୍କ ଧର୍ମପତ୍ନୀ ସଦା ସର୍ବଦା ପଂଚାୟତ ବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରି ଆସିଛନ୍ତି । ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଥିବା ଏହି ଦମ୍ପତ୍ତିଙ୍କ ଉପରେ ସମସ୍ତେ ଖୁସିଥିବା ଜଣାପଡିଛି। ତେଣୁ ପଂଚାୟତର ଜନତା ଶ୍ରୀମତୀ ବାନୁଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବା ଜଣାପଡିଛି । ବର୍ତ୍ତମାନର ସମୟରେ ରୋଶନ ବାନୁଙ୍କ ପ୍ରତି ପ୍ରବଳ ଜନ ସମର୍ଥନ ଥିବା ପରିଲକ୍ଷିତ ହେଉଛି । ସମସ୍ତ ପଂଚାୟତ ବାସୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟୀ ହେବି ବୋଲି ଶ୍ରୀମତୀ ବାନୁ ପ୍ରକାଶ କରିଛନ୍ତି ।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ) ଙ୍କ ରିପୋର୍ଟ OdiaBarta.in