● ଚଇ ଗୋପାଳ ସଭାପତି, ସତ୍ୟ ନାରାୟଣ କାଣ୍ଡ ସଂପାଦକ
କୋକସରା, (ହିରଣ୍ୟ ବେହେରା): କକସରା ବ୍ଲକ ସ୍ତରୀୟ ଡ୍ରାଇଭର ସଂଘର ବୈଠକ ଅନୁଷ୍ଠିତ ହୋଇଯାଛି । କୋକସରା ବଜାର ପଡିଆଠାରେ ବୃନ୍ଦାବନ ଦୁର୍ଗାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ କୋକସରା ବ୍ଲକ ସ୍ତରୀୟ ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଚଇ ଗୋପାଳ, ସଂପାଦକ ଭାବରେ ସତ୍ୟ ନାରାୟଣ କାଣ୍ଡ, ଉପ ସଭାପତି ଲୁଲୁ ପ୍ରସାଦ ଯାଦବ, ସହ ସଂପାଦକ ଶ୍ରୀବଚ୍ଛ ଗୋପାଳ ଓ କୋଷାଧ୍ୟକ୍ଷ ଭାବରେ ଭବାନୀ ଶଙ୍କର ପୁରୋହିତ ମନୋନିତ ହୋଇଛନ୍ତି । କାହ୍ନା ବାଗ ବୈଠକ ପରିଚାଳନା କରିଥିଲେ । କାଳିଆ ବାଗ, ହରି ରଣା, ଉପେନ୍ଦ୍ର ପାଳି, ପ୍ରକାଶ ପୁଝାରୀ, ଭୂପନ୍ଦ୍ରେ ସୁନାନୀ, ରତ୍ନାକର କେତକୀ, ଦେବେନ୍ଦ୍ର ସାଗରଙ୍କ ସମେତ ପଞ୍ଚାୟତ ସ୍ତରୀୟ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।