କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତର ଜମୁନାପୁର ଫୁଟବଲ ପଡ଼ିଆ ରେ ଚାଲିଥିବା ‘ଜମୁନାପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ତୃତୀୟ ଦିବସରେ ଜମୁନପୁର ଓ ବିନେକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ ଗୋଲ ସ୍କୋର କରିପାରିନଥିବା ବେଳେ ଜମୁନାପୁର ଦଳ ପେନାଲ୍ଟିକରେ ବିନେକେଲା ଦଳକୁ ପରାସ୍ତ କରି ବିଜୟ ଲାଭ କରିଥିଲା। ଅତିଥି ଭାବରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେଶ ଚୌଧୁରୀ, ବୋରାପଦର ଗ୍ରାମ ପଞ୍ଚୟତ ସମିତି ସଭ୍ୟ ପ୍ରାର୍ଥୀନୀ ଭାନୁମତୀ ସାହୁ, ବାସନ୍ତୀ ମହାନନ୍ଦ, ସମାଜ ସେବୀ ସରୋଜ ସାହୁ ଉପସ୍ଥିତ ଥିଲେ । ସରୋଜ ପ୍ରଧାନ, ମୁକୁନ୍ଦ ନାଏକ, ସୁରେଶ ନାଏକ ଖେଳ ପରିଚାଳନା କରିଥିବାବେଳେ ବିକ୍ରମ ସାହୁ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ଵର ଭୋଇ, ନେପାଲ ଭୋଇ, ସତ୍ୟ ସାହୁ, ହିମାଂଶୁ ଭୋଇ, ଅନିରୁଦ୍ଧ ସାହୁ, ଦୟାନିଧି ସାହୁ, ପ୍ରମୋଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।