କୈଳାସପେଟା ଘାଟିରେ ସାଇକିରଣ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ,୧୨/୩: ରାୟଗଡ ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କୈଳାସପେଟା ଘାଟିରେ ଆଜି ସାଇକିରଣ ନାମକ ଘରୋଇ ବସ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ତେବେ ବସରେ ଥିବା ସମସ୍ତ ଯାତ୍ରୀମାନେ ସୁରକ୍ଷିତ ରହିଥିବା ବେଳେ ସେମାନଙ୍କୁ ଅନ୍ୟ ଗାଡିଗୁଡିକରେ ରାୟଗଡକୁ ପଠାଯାଇଥିଲା। ଏ ନେଇ ମିଳିଥିବା ସୂଚନା ପ୍ରକାରେ ପାରଳାଖେମୁଣ୍ଡି ରୁ ରାୟଗଡ ଅଭିମୁଖେ ଆସୁଥିବା ସାଇକିରଣ ଘରୋଇ ବସ ମୁକୁନ୍ଦପୁର ନିକଟସ୍ଥ କୈଳାସପେଟା ଘାଟିର ଏକ ବୁଲାଣି ଠାରେ ଓହ୍ଳାଉଥିବା ବେଳେ ରାୟଗଡରୁ ଗୁଣପୁର ଅଭିମୁଖେ ଯାଉଥିବା ମୁତିଆଲାମା ଘରୋଇ ବସକୁ ବାଟ ଦେଉଥିବା ବେଳେ ହଠାତ୍ ଜଣେ ମାେଟର ବାଇକ ଚାଳକ ମୁତିଆଲାମା ବସକୁ ଓଭରଟେକ କରି ଯିବାକୁ ଚେଷ୍ଠା କରୁଥିବା ବେଳେ ବସ ସାମ୍ନାକୁ ବାଇକ ଚାଳକ ଜଣଙ୍କ ଆସି ଯିବାରୁ ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତା କଡରେ ଥିବା ଏକ ମାଟିଗଦାକୁ ବସଟିକୁ ଚଢାଇ ଦେଇଥିଲେ । ଫଳରେ ବାଇକ ଚାଳକ ସଡକ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ଦୁଇଟି ବସ ମୁହାମୁହିଁ ଧକ୍କାରୁ ମଧ୍ୟ ରକ୍ଷା ପାଇଛି ।

Omkar Vasthu
Omkar Vasthu

ତେବେ ମାଟିଗଦା ଉପରେ ବସଟି ଚଢି ଯାଇଥିବାରୁ ସାଇକିରଣ ବସର ପୂର୍ବଭାଗ କିଛି ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ସମେତ ସମସ୍ତ ୧୫ରୁ୨୦ ଯାତ୍ରୀ ସୁରକ୍ଷିତ ରହିଥିଲେ । ଘଟଣା ସଂପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷ ପାଣି ପଂହଚି ତଦନ୍ତ ଆରମ୍ଭ କରିଥିଲେ । ଅପରପକ୍ଷେ ଘାଟି ଉପରେ ଜାରି ରହିଥିବା ରାଜପଥ ନିର୍ମାଣ କାର୍ଯ୍ୟ ବହୁତ ବିଳମ୍ବରେ ଓ ମନ୍ଥର ଗତିରେ ଚାଲୁଥିବା ବେଳେ ଠିକା କମ୍ପାନୀ ଦ୍ବାରା ବିଭିନ୍ନ ସ୍ଥାନରେ କଲଭର୍ଟ ନିର୍ମାଣ ଯୋଗୁଁ ରାସ୍ତାରେ ସଂର୍କୀଣ୍ଣତା ହ୍ରାସ ପାଇଛି । ଫଳରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.