ନିର୍ବାଚନ ପୂର୍ବରୁ ନୂଆପଡା ଜିଲ୍ଲା କୋଷାଗାର ଅଧିକାରୀ  ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ବଦଳି

ନୂଆପଡା,୧୨/୩ : ଜିଲ୍ଲା କୋଷାଗାର ଅଧିକାରୀ  ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ବଦଳି ହୋଇ ଯାଇଛି । ଆଜି ସେ ନିଜର ଦାଇତ୍ୱ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲା କୋଷାଗାର ଅଧିକାରୀ ଭାବେ ଅତିରିକ୍ତ ଦାଇତ୍ୱ ବାହନ କରିଥିବା ପ୍ରିୟବ୍ରତ ଗାଡ଼ତିଆ ଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ସାମନ୍ତରାୟ କହିଛନ୍ତି ଯେ ସେ ଏହି ବଦଳି ରେ ଅତ୍ୟନ୍ତ ଖୁସି ଓ ସନ୍ତୋଷ ।

କୋଷାଗାର ଅଧିକାରୀ ଭାବେ ସେ ବିଭିନ୍ନ ସମୟରେ ଜିଲ୍ଲାରେ ସମାଜସେବା କରି ଆସୁଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନ କରାଇବା ସହ ମଣିଷ ଜୀବନ ର ମହତ୍ୱ, ଦାଇତ୍ୱ, ଶିକ୍ଷିତ ହେବା ପାଇଁ ଅଭିଭାଷଣ ରେ କହିଆସୁ ଥିଲେ । ଜିଲ୍ଲାର  ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ତାଙ୍କ ବ୍ୟବହାର, ସମସ୍ତଙ୍କ ସହ ତାଙ୍କ ସମ୍ପର୍କ ଅତି ନିବିଡ଼ ଓ ଘନିଷ୍ଠ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି ।ତେବେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲା କୋଷାଗାର ଅଧିକାରୀ  ଗାଡ଼ତିଆ ପୂର୍ବରୁ ଖରିଆର ରୋଡ ସ୍ଥିତ ବାଣିଜ୍ୟକର ତଥା ଜି.ଏସ.ଟି ମଣ୍ଡଳରେ ସହକାରୀ କମିଶନ ରୂପେ ରେ କାର୍ଯ୍ୟରତ ଅଛନ୍ତ । ଶ୍ରୀଯୁକ୍କ ସାମନ୍ତରାୟ ନିଜ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ନୂତନ ଅତିରିକ୍ତ ଦାଇତ୍ୱ ବହନ କରି ଥିବା ଶ୍ରୀ ଗାଡ଼ତିଆ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.