ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଓଡଶା ବାଗ୍ମୀ ଭାରତୀ ସମ୍ମାନ 

ଓଡ଼ିଆ ବାର୍ତ୍ତା/ କଟକ: କର୍ମବୀର ଗୌରୀ ଶଙ୍କର ଟାଉନ ହଲ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ଓଡ଼ିଶା ଆନୁକୁଲ୍ୟରେ ଓଡ଼ିଶା ବାଗ୍ମୀ ଭାରତୀ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । କଳା, ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ମନମୁଗ୍ଧକର ଅସରନ୍ତି ବକ୍ତବ୍ୟ ପାଇଁ ଚୟନ କମିଟି ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଏହି ସମ୍ମାନ ଦେବାପାଇଁ ମନୋନୀତ କରିଥିଲା । ସେ ତିନି ଖଣ୍ଡ ପୁସ୍ତକର ରଚନା କରି ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନା କରିବା ସହିତ ନୂତନ ସୃଷ୍ଟି ପାଇଁ ବ୍ରତୀ ହୋଇଛନ୍ତି । ଯୁବ ଚେତନାର ଏହି ଯୁଗର ଶ୍ରେଷ୍ଠ ମାର୍ଗଦର୍ଶକ ବୋଲି ସଂଗଠନର ସମ୍ପାଦକ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ପରିପ୍ରକାଶ କରିଥିଲେ । ଏହି ଉତ୍ସବରେ ସୁଜାତା ଶତପଥୀ, ଡ଼ଃ. ନୃସିଂହ ନନ୍ଦ ମହାପାତ୍ର, ଅଧ୍ୟାପକ ପରୀକ୍ଷିତ ସାହୁ, ଡ଼ଃ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ପୂର୍ବତନ ସାଂସଦ, କବି, ବାଗ୍ମୀ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, (ମୁଖ୍ୟ ଅତିଥି) ପୂର୍ବତନ ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ହୁସେନ ରବି ଗାନ୍ଧୀ, (ମୁଖ୍ୟବକ୍ତା)‌ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, (ସଭାପତି) ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଜା ସାହେବ୍ ନୀଳଗିରି, (ସ୍ଵତନ୍ତ୍ର ସମ୍ମାନିତ ଅତିଥି), ମନୋଜା ମଞ୍ଜରୀ ଦେବୀ, ରାଣୀ ସାହେବା ନୀଳଗିରି, (ସ୍ଵତନ୍ତ୍ର ଅତିଥି) ଯୋଗଦେଇ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ସାମନ୍ତରାୟ ଜୀବନ ବ୍ୟାପି ସାହିତ୍ୟ ସାଧନାରେ ବ୍ରତୀ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.