ତପସ୍ୟା ଫାଉଣ୍ଡେସନ ସାହିତ୍ୟ ପୁରସ୍କାର ଘୋଷିତ

● ବିଶିଷ୍ଟ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି, ଡ. ରଞ୍ଜନ ପ୍ରଧାନ ଓ ପରମବୀର ଚକ୍ରଙ୍କୁ ପୁରସ୍କାର
● ମୋଟ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଭୁବନେଶ୍ଵର ସ୍ଥିତ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୧ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷୀୟାନ ସାହିତ୍ୟିଳ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ବତ ପୁରସ୍କାର-୨୦୨୧’, ଓଡ଼ିଶାର ନଦ0ନଦୀ ସମ୍ପର୍କରେ ବିଶେଷ ଗବେଷଣା ଓ ପୁସ୍ତକ ରଚନା କରିଥିବା ଯୁବ ସାହିତ୍ୟିକ ତଥା ସମ୍ବାଦର କନ୍ଧମାଳ ଜିଲ୍ଲା ପ୍ରତିନିଧୁ ଡ. ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’, ଏବଂ ଯୁବ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୧’ରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଡ. ଜୁଲି ମିଶ୍ର ଘୋଷଣା କରିଛନ୍ତି।

Omkar Vasthu
Omkar Vasthu

ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି ବୋଲି ପ୍ରକାଶ କରି ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଉପରୋକ୍ତ ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା (ମୋଟ ୧ ଲକ୍ଷ ଟଙ୍କା), ମାନଫଳକ ଏବଂ ଉପାୟନ ପ୍ରଦାନ କରାଯିବ। ଶ୍ରୀଯୁକ୍ତ ପତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ଡକ୍ଟର ପ୍ରଧାନଙ୍କୁ ତାଙ୍କ ପୁସ୍ତକ ‘ଗୋନାସିକା ନନ୍ଦିନୀ ବୈତରଣୀ’ ଓ ‘ବୁଢ଼ାବଳଙ୍ଗର ମାଝୀ” ପୁସ୍ତକ ନିମନ୍ତେ ପୁରସ୍କୃତ କରାଯିବା ବେଳେ ଶ୍ରୀମାନ ଚକ୍ରଙ୍କୁ ୩୦ ବର୍ଷରୁ କମ୍ ବୟସ ବର୍ଗରେ ପୁରସ୍କୃତ କରାଯିବ। କୋଭିତ କଟକଣା ପରିପ୍ରେକ୍ଷୀରେ ପୁରସ୍କାର ଘୋଷଣା ବିଳମ୍ବିତ ହୋଇଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଯେ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି । ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ବତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସ୍ବଳନ ପୁରସ୍କାର ଏବଂ ନିଖିଲେଶ ମିଶ୍ରଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ‘ତପସ୍ୟା ଶାଶ୍ଵତ ପୁରସ୍କାର’, ସୂର୍ଯ୍ୟ ଦେଓ ‘ତପସ୍ୟା ସୃଜନ ପୁରସ୍କାର ଏବଂ ଡିଲେଶ୍ୱର ରଣା ‘ତପସ୍ୟା ସମ୍ଭାବନା ପୁରସ୍କାର’ ପାଇଥିବା ବେଳେ ୨୦୨୦ ମସିହା ପାଇଁ ପ୍ରଫେସର ଡ. ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ଵତ ପୁରସ୍କାର’, ଡ. ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.