ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଚଳିତ ଥର ବଜେଟ ଅଧିବେଶନ ମାତ୍ର ୬ ଦିନ ପାଇଁ ରହିବ । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଅଧିବେଶନ ଚାଲିବ । କୋଭିଡ କଟକଣାକୁ ପାଳନ କରି ସକାଳେ ସାଢେ ୧୦ଟାରୁ ସାଢେ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ଯାଏ ଗୃହ ଚାଲିବ । ମାର୍ଚ୍ଚ ୩୦ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ତେବେ ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି । କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ହେବା ନେଇ ମଧ୍ୟ ସୂଚନା ମିଳିଛି । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ ।