ଝିଅ ଟିଏ ମୁଁ, ଝିଅ ଟିଏ
ଜନ୍ମ ଆଗରୁ, ବାପା ମା କଳି
କେତେ ଯେ ମୁଁ ଦେଖିଥାଏ
ଜନ୍ମ ହୋଇଗଲେ, ମୋ ହସ ଦେଖି
କେତେ ହସ ପୁଣି ଲୁଚି ଯାଏ!
ଝିଅ ଟିଏ ମୁଁ ଝିଅ ଟିଏ
ବୟସ ବଢିଲେ କେତେ ପାପ ଆଖି
ମୋ ଉପରେ ପୁଣି ପଡିଥାଏ
ସବୁ ରାସ୍ତା ଘାଟେ, ଆଗ ପଛ ଦେଖି
ଡରି ଡରି ମୁଁ ଚାଲୁଥାଏ
ଝିଅ ଟିଏ ମୁଁ ଝିଅ ଟିଏ !
ଜନ୍ମ ମାଟି ଛାଡି, ପର ଘରେ ମୋର
ଭାଗ୍ୟରେଖା ମୋର ଯୋଡ଼ା ଥାଏ
ଦୁହିତା ଦୁଇ କୂଳକୁ ହିତା
ମୋ ଦୁଃଖ କଥା କାହାକୁ କହିବି?
ଭିତରେ ଭିତରେ ମୁଁ ଜଳୁଥାଏ
ଝିଅ ଟିଏ ମୁଁ ଝିଅ ଟିଏ !
ପାଦେ ପାଦେ ଦେଖ କଳଙ୍କର ବେଡି
ପଛେ ପଛେ ମୋର ଆସୁଥାଏ
ନିଜର ସତୀତ୍ଵ ଦେବା ପାଇଁ ମୋତେ
ଅଗ୍ନି ପରୀକ୍ଷା ମୁଁ ଦେଉଥାଏ
ଝିଅ ଟିଏ ମୁଁ ଝିଅ ଟିଏ !
ଦୁର୍ଗାପ୍ରସାଦ,ନୟାଗଡ