ଶିକ୍ଷା ଦ୍ଵାରା ହିଁ ସମାଜ ର ବିକାଶ ସମ୍ଭବ – ନୂଆପଡା ଜିଲ୍ଲା ମାଲି ସମାଜ ବିକାଶ ପରିଷଦ

ନୂଆପଡ଼ା,୧୮/୩ : ନୂଆପଡା ଜିଲ୍ଲା ମାଲି ସମାଜ ବିକାଶ ପରିଷଦ ତରଫରୁ ଆଜି ଖଡ଼ିଆଳ ନିକଟସ୍ଥ ଚିନ୍ଦଗୁଡ଼ା ଗ୍ରାମରେ ଏକ ସାଂଗଠୈନିକ ସଭାର ଅାୟୋଜନ କରାଯାଇଥିଲା । ପ୍ରଥମେ ବାବା କୋଶଳେଶ୍ୱର ଙ୍କ ପୂଜାର୍ଚ୍ଚନା ସହ ପତାକା ଉତ୍ତୋଳନ କରାଗଲା ।

ଜଗବନ୍ଧୁ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତଥିଭାବେ ଈଶ୍ୱର ଚନ୍ଦ୍ର ପଟେଲ, ମୁଖ୍ୟ ବକ୍ତାଭାବେ ଓଡ଼ିଶା ପୋଲିସ ତୃତୀୟ ବାଟାଲିୟନ ର ରାଜ୍ୟ ସଭାପତି କେଦାରନାଥ ପଟେଲ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସମାଜ ରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଆଲୋକପାତ କରିଥିଲେ ସେହିଭଳି ମୁଖ୍ୟବକ୍ତା ସମାଜରେ ଯୁବକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ଶିକ୍ଷା ଦ୍ବାରାହିଁ ସମାଜର ପ୍ରଭୂତ ଉନ୍ନତି ସାଧିତ ହୋଇପାରିବ ।

ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ମାଲି ସମାଜ ସଭାପତି ହରେକୃଷ୍ଣ ପଟେଲ ସମ୍ପାଦକ କୌଶିକ ପଟେଲ, ସଦାନନ୍ଦ ପଟେଲ, ସଂକ୍ରିତନ୍ ପଟେଲ, ପାର୍ଥ ପଟେଲ, ବାଲେଶ୍ଵର ପଟେଲ, ତେଜରାଜ ପଟେଲ ଏବଂ ନୂଆପଡ଼ା ଯୁବ ସଂଗଠନ ସଭାପତି ଯୁଧିଷ୍ଠିର ପଟେଲ ସମାଜ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବରାଜ ପଟେଲ ମଞ୍ଚ ପରିଚାଳନା କରିଥିଲେ । ଏହି କେନ୍ଦ୍ର ଅଞ୍ଚଳ ନୂଆପଡ଼ା ଜିଲ୍ଲା ର ୫ ଗୋଟି ଅଞ୍ଚଲକୁ ନେଇ ଗଠିତ ହୋଇଛି । ପରବର୍ତ୍ତୀ ପ୍ରଯ୍ୟାୟରେ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା ।

କେନ୍ଦ୍ରାଞ୍ଚଳ ସଭାପତି ଭାବରେ ଯୁବରାଜ ପଟେଲ, ଉପସଭାପତି ଅହଲ୍ୟା ପଟେଲ, ସମ୍ପାଦକ ସୁଶୀଲ ପଟେଲ, ସହ ସମ୍ପାଦକ ଗୋକୁଳ ପଟେଲ, କୋଷାଧ୍ୟକ୍ଷ ଭାବେ ସୁମନ୍ତ ପଟେଲ, ସମୀକ୍ଷକ ଭାବରେ ରାଜୁ ପଟେଲ ଏବଂ ବାଳକୃଷ୍ଣ ପଟେଲ, ପତ୍ରବହାକ୍ ଭାବେ ଚିତ୍ତରଞ୍ଜନ ପଟେଲ, ଉପଦେଷ୍ଟା ଭାବରେ ଟିକେରମ୍ ପଟେଲ, ପୁରୁଷୋତ୍ତମ ପଟେଲ, କାନ୍ତ ପଟେଲ, ମଞ୍ଜୁଲତା ପଟେଲ, ତୁଲାରାମ ପଟେଲ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଚିନ୍ଦାଗୁଡ଼ା ଗ୍ରାମ ସମାଜର ସମସ୍ତ ଲୋକ ବିଶେଷ ସହଯୋଗ କରିଥିଲେ । ଶେଷରେ ଗୋକୁଳ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୫୦୦ରୁ ଉର୍ଦ୍ଧ ଜନତା ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.