ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ରେଳ ଷ୍ଟେସନରେ ଡି.ଏମ୍ ଟ୍ରେନ୍ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଗ୍ରସ୍ତ କରିଅଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ କୋରାପୁଟ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପହଞ୍ଚିଥିଲେ । ପ୍ରଥମେ ତାଙ୍କୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ସ୍ବାଗତ କରିବା ପରେ ପରେ ରେଳବାଇ ତରଫରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ଏହା ପରେ ରେଳଷ୍ଟେସନ ମଧ୍ୟରେ ରହିଥିବା ଯାତ୍ରୀ ମାନଙ୍କ ସହ ବାର୍ତାଳାପ କରିଥିଲେ । ସେ ଏକ ସ୍ୱତନ୍ତ୍ର କାର ଯୋଗେ ମାଲକାନଗିରି ଗସ୍ତ କରିଅଛନ୍ତି ଏବଂ ମାଲକାନଗିରିରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । । ସେ ନୂତନ ଭାବେ ଏକ ଡାକଘର ଉଦଘାଟନ କରିବାର ଅଛି ଓ ଫେରିବା ସମୟରେ କୋରାପୁଟ ଡ଼ିଏମ ଟ୍ରେନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଅଛି ।