ପରିବହନ ବିଭାଗର ଚଢ଼ାଉ: ୬ ସ୍କୁଲ ବସ, ୪ ଅଟୋ ଉପରେ ୫ ଲକ୍ଷରୁ ଉର୍ଦ୍ଧ ଜୋରିମାନା

ଓଡ଼ିଆ ବାର୍ତ୍ତା/ କୋରାପୁଟ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର କୋରାପୁଟ ଓ ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଚଳାଚଳ କରୁଥିବା ବସ ଓ ଅଟୋ ଉପରେ ବୁଧବାର ଚଢାଉ କରାଯାଇଛି । ଚଢାଉରେ ସେମିଳିଗୁଡା ଅଞ୍ଚଳର ୪ଟି ବିଦ୍ୟାଳୟରୁ ୬ଟି ବସ ଏବଂ କୋରାପୁଟର ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା କରୁଥିବା ୪ଟି ଅଟୋଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା କରାଯାଇଥିବା କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶନ୍ନ କୁମାର ଦାସ ସୂଚନା ଦେଇଛନ୍ତି । ରାଜ୍ୟ ପରବହନ କମିଶନରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଆରଟିଓଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଜିଲାର ସେମିଳିଗୁଡା ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା କରୁଥିବା ବସଗୁଡିକ ଉପରେ ଚଢାଉ କରାଯାଇ ଗାଡିଗୁଡିକର କାଗଜପତ୍ର ଯାଞ୍ଚ କରାଯାଇଥିଲା । କୋରାପୁଟ ପରିବହନ କାର୍ଯ୍ୟାଳୟର ଦେଓମାଳି ପବ୍ଲିକ ସ୍କୁଲର ୨ଟି ବସ, ନେତାଜୀ ଇଂରାଜୀ ମିଡିୟମ ପବ୍ଲିକ ସ୍କୁଲର ୨ଟି ବସ, ଜୀବନ ଜ୍ୟୋତି କନଭେଣ୍ଟ ସ୍କୁଲର ଗୋଟିଏ ଏବଂ ଅନ୍ୟ ଏକ ବିଦ୍ୟାଳୟର ବସ ଏହିପରି ମୋଟ ୬ଟି ବସର ସଠିକ କାଗଜପତ୍ର ନ ଥିବାରୁ ସେମାନଙ୍କ ଠାରୁ ୪ ଲକ୍ଷ ୨୧ ହଜାର ଟଙ୍କା ଜୋରିମନା କରାଯାଇଛି । କୋରାପୁଟ ପରିବହନ ବିଭାଗର ଟ୍ରାଫିକ ଇନିସପେକ୍ଟର ରାଜା ନାରାୟଣ ସ୍ବାଇଁ, ଏଆରଟିଓ ତପନ କୁମାର ବେଟି ଏହି ଚଢାଉରେ ସାମିଲ ଥିଲେ । ସେହିପରି କୋରାପୁଟ ସହରରେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ନେବା ଆଣିବା କରୁଥିବା ଅଟୋଗୁଡିକ ଉପରେ ଜିଲା ଆରଟିଓ ବିଭାଗ ପକ୍ଷରୁ ଚଢାଉ କରାଯାଇ ସଠିକ କାଗଜ ପତ୍ର ନ ଥିବା ୪ଟି ଅଟୋକୁ ୩୫ ହଜାର ଜୋରିମନା ପକାଇଛନ୍ତି । ଆସନ୍ତା ଦିନରେ ମଧ୍ୟ ଏପରି ଚଢାଉ ଜାରିରହିବ ବୋଲି ଆରଟିଓ ପ୍ରଶନ୍ନ କୁମାର ଦାସ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.