ନୂଆପଡା ସହର ଆଖପାଖରେ ମାଓ ସାମଗ୍ରୀ  : ଅଞ୍ଚଳରେ ଭୟର ବାତାବରଣ 

ନୂଆପଡା,୨୨/୩ : ୨୦୧୯ ସାଧାରଣ ନିର୍ବାଚନକୁ ବିରୋଧକରି ନୂଆପଡା ସହର ଆଖପାଖରେ ହଲଚଲ ସୃଷ୍ଟି କରିଛନ୍ତି ମାଓବାଦୀ । ପୋଷ୍ଟର, ବେନର, ସଂଗ୍ଧିଧ ସାମଗ୍ରୀ ଛାଡି ଚାଲିଯିବାସହ କାନ୍ଥ ବାଡ ଓ ସରକାରୀ ଫଳକ ଉପରେ ହିନ୍ଦୀରେ କିଛି ଲେଖିଛନ୍ତି ମାଓବାଦୀ ଯାହାକୁ ନେଇ ଜନସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାସହ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Omkar Vasthu
Omkar Vasthu

ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ନୂଆପଡା ସହର ଠାରୁ ୨ କିମି ଦୂର ଟାନୱାଟ ଛକର ଏକ ବିଦ୍ୟୁତ ଖୁଣ୍ଟ ଉପରେ ଏକ ଧଳା ବ୍ୟାଗରେ କିଛି ମେସିନ ସାମଗ୍ରୀ ଆଣି ଲଗାଇ ଦେଇଥିଲେ ସେଥିରୁ ତେଲେଗୁ ଓ ହିନ୍ଦୀ ଗୀତ ଜୋରରେ ବାଜୁ ଥିଲା ।

Pearl dental clinic
Near Ashish Medical Store, Bhawanipatna

ଏହାସହ କିଛି ତାର ସରଞ୍ଜାମ ନିକଟସ୍ଥ ଏକ ଗଛ ତଳେ ଲଗେଇ ଥିଲେ ମାଓବାଦୀ । ଟାନୱାଟ ଗାଁ ରେ ଘରେ ଘରେ ମାଓ ପୋଷ୍ଟର ଥୋଇବା ସହ ଟାନୱାଟ ମୂଖ୍ୟରାସ୍ତା ଉପରେ ବେନର ଟାଙ୍ଗିଛନ୍ତି ଲାଲବାହିନୀ ।

Udyog Nursery
Udyogi Nursery

ଟାନୱାଟ ଗାଁର ମଦଭାଟି, ଯାତ୍ରୀ ବିଶ୍ରାମ ଗାର ଆଦିରେ ଲାଲ ଅକ୍ଷରରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେବାସହ ସରକାରଙ୍କୁ ବିରୋଧକରି ଅନେକ କିଛି ଲେଖିଛନ୍ତି ମାଓବାଦୀ । 

ନୂଆପଡା ସହର ଠାରୁ ୬ କିମି ଦୂର ସାରବଙ୍ଗ-ଭଇଁଶାମୁଣ୍ଡି , ଭଇଁସାମୁଣ୍ଡି-ଭାଜିପାଲ ଆଦି ରାସ୍ତା ଉପରେ ମଧ୍ୟ ମାଓ ବେନର ସବୁ ଦେଖିବାକୁ ମିଲିଛି । 

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ମାଓବାଦୀ ମାନେ ବମ୍ ଛାଡି ଚାଲି ଯାଇଥିବା ତାଙ୍କର ଲେଖାରେ ଉଲ୍ଲେଖ କରିଛନ୍ତି ।

ଜନତାଙ୍କ ମଧ୍ୟରେ ଏହାକୁନେଇ ଭୟର ବାତାବରଣ ଖେଳିଯାଇଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିବାସହ ମାଓ ସାମଗ୍ରୀ ସବୁ ଜବତ କରିବାରେ ଲାଗିଛି । ଖବର ଲେଖା ହେବା ପର୍ସ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ପ୍ରାପ୍ତ ହୋଇନାହିଁ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.