ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଭବାନୀପାଟଣା ବ୍ଳକ କୁଟ୍ରୁଖମାର ଓ ମାଲଗାଁ ହାଇସ୍କୁଲ ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କରାଯାଇଛି। ଏହି ଅବସରରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ଼ , ଜୋନ ସଭାପତି ମନିନ୍ଦ୍ର ମହାନ୍ତି , ରାଜ୍ୟ ଯୁବ ସହ ସମ୍ପାଦକ ରବି ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଧବଳେଶ୍ବର ମହାପାତ୍ର, ଜିଲ୍ଲା ପରିଷଦ ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ଛଲନା ଚଣ୍ଡୀ, ସମିତି ସଭ୍ୟ ଜଗମୋହନ ମାଝୀ ଯୁବନେତା ମିଟୁ ପାତ୍ର, ରବି ନାଏକ, ସେନାପତି ନାଏକ, ମୋହନ ଗହୀର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।