ଟି୨୦ ବିଶ୍ୱକପ ସୁପର ୧୨ ପର୍ଯ୍ୟାୟର ଶେଷ ମୁକାବିଲା: ସ୍କାଏଙ୍କ ଆଉ ଏକ ଅର୍ଦ୍ଧଶତକ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ ପର୍ଯ୍ୟାୟର ଶେଷ ମୁକାବିଲାରେ ଭାରତ ୧୮୭ ରନର ବିଜୟ ଲକ୍ଷ୍ୟ ଜିମ୍ବାୱେ ସମ୍ମୁଖରେ ରଖିଛି । ସେମିଫାଇନାଲରେ ୪ଟି ଟିମ ପ୍ରବେଶ କରି ସାରିଥିବାରୁ ଏହି ମ୍ୟାଚର ଗୁରୁତ୍ୱ କମି ଯାଇଛି । ଭାରତ ବିଜୟ ସହ ଟେବୁଲ ଟପର ହେବାକୁ ଚାହିଁବ । ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଭାରତ ଓ ପାକିସ୍ତାନ ସେମିରେ ପ୍ରବେଶ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବ (ସ୍କାଏ) ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା । ରାହୁଲ ୫୧ ଓ ସ୍କାଲ ୬୧ ରନ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୧୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ । ଜିମ୍ବାୱେ ପକ୍ଷରୁ ଶନ ୱିଲିୟମ୍ସ ୨ଟି ୱିକେଟ ନେଇଥିଲେ । ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେଉ ନ ଥିବାରୁ ଫାଇନାଲ ପ୍ରବେଶ ନେଇ ଆଶା ସୃଷ୍ଟି ହୋଇଛି । ପ୍ରଥମ ସଂସ୍କରଣରେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.