ତୁମେ ମୋ ପ୍ରିୟ ଫେସବୁକ ର
ମୋ ପସନ୍ଦ ପୃଷ୍ଠା,
କୋଟି ଓଡ଼ିଆର, ଅତି ଆପଣାର
ତୁମେ ମୋ ‘ଓଡ଼ିଆ ବାର୍ତ୍ତା’ ।
କୋଟି ଓଡ଼ିଆର….
କଳା,ସାହିତ୍ୟ, କ୍ରୀଡ଼ା,ମନୋରଞ୍ଜନ
ରାଜନୀତି, ସିଧାକଥା ,
ଓଡିଶା ସନ୍ଦେଶ,ଦେଶ ବିଦେଶ
ଗୋଟିଏ ସୂତା ରେ ଗୁନ୍ଥା ।
କୋଟି ଓଡ଼ିଆର….
ପାଠକର ତୁମେ ସଜନୀ, ମକର
ସଙ୍ଗାତ ପରି ଆତ୍ମୟତା,
ପ୍ରତିଦିନରେ, ପ୍ରତିକ୍ଷଣରେ
ପରଷ ନୂଆ ବାର୍ତ୍ତା ।
କୋଟି ଓଡ଼ିଆର….
କବି ଓ ଲେଖକ ଅବା ଗାଳ୍ପିକର
କଲମେ ଝରେ ନୂଆ ଆଶା,
ପାଠକ ଓଠେ, ହସ ଟିଏ ଫୁଟେ
ଧନ୍ୟ ତୁମରି ଚେଷ୍ଟା ।
କୋଟି ଓଡ଼ିଆର ଅତି ଆପଣାର
ତୁମେ ମୋ ‘ଓଡ଼ିଆ ବାର୍ତ୍ତା’
ତୁମେ ମୋ ‘ଓଡ଼ିଆ ବାର୍ତ୍ତା’ ।।
ଗୋୖଡ଼ଛେଣ୍ଡିଆ
ଜୁନାଗଡ଼,କଳାହାଣ୍ଡି
ମୋ-୯୩୪୮୫୬୬୫୧୬