ବଡ଼ମାଳ ଠାରେ କୋଶଳ କରାଟେ ସ୍କୁଲର ଶୁଭ ଉଦ୍ଘାଟନ

ସଇଁତଲା,୧୦/୪ : ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଠାରେ କୋଶଳ କରାଟେ ସ୍କୁଲର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଇନ୍ଦ୍ର କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ବଡ଼ମାଳ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏବଂ ସଇଁତଳା ପବ୍ଲିକ ସ୍କୁଲ ପ୍ରଧାନ ଶିକ୍ଷକ ଉପସ୍ଥିତି ରହି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭାରେ କୋଶଳ କରାଟେ ବଡ଼ମାଳର ମୂଖ୍ୟ ନିର୍ଦେଶକ ବିଶ୍ୱଜିତ୍ ତାଣ୍ଡି ଓ ବଲାଙ୍ଗୀରର ଚିପ୍ ଟେକ୍ନିକାଲ ନିର୍ଦ୍ଦେଶକ ବିକ୍ରମ ମହାନନ୍ଦ ଉକ୍ତ ସଭାରେ ମଞ୍ଚାସିନ ହୋଇଥିଲେ ଏଥିରେ ଆଉ ଜଣେ ଓଡ଼ିଶା ଗୋଜୋରିଆ କରାଟେ ସ୍କୁଲ ର ଚିଫ ଟେକ୍ନିକାଲ ନିର୍ଦ୍ଦେଶକ ଅଶୋକ କୁମାର ନାଗ ଯୋଗ ଦେଇ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ରସାନନ୍ଦ, ସୋନିଆ ମୁହାନନ୍ଦ, ସୁରେଶ୍ ବାରିକ୍, ରୁପେସ ନାଗ, ମହେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.