ଜୁନାଗଡ,୧୧/୪ : ପାଞ୍ଚ ବର୍ଷ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କଇଥିବା ନେତାଙ୍କ ଭାଗ୍ୟ ଆଜି ଭୋଟର ନିର୍ଦ୍ଧାରଣ କରୁଛନ୍ତି । ଜନତାଙ୍କ ରାୟ ଅନୁସାରେ ରାଜନୀତି ରଫଖାତାରେ ଜୟ ପରାଜୟର କାହାଣୀ ଲେଖିବେ ନେତା । ତେଣୁ ସବୁ ନେତା ଓ ପ୍ରାର୍ଥୀଙ୍କ ଛାତିରେ ଛନକା ପଶିଛି । ଯେଉଁ ନେତା ଯେମିତି କାମ କରିଥିବେ ସେହି ନେତାଙ୍କୁ ସେମିତି ସମର୍ଥନ ଦେବେ ଲୋକେ । ଓଡିଶା ବିଧାନସଭାର ୭୮ ନମ୍ବର ଆସନ ଜୁନାଗଡରେ ଆଗେଇ ଚାଲିଛି ମତଦାନ । ଣଟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଘଡ଼ିସନ୍ଧି ମୂହୂର୍ତ୍ତ । ଭୋଟରମାନେ ବୁଥ କେନ୍ଦ୍ରରେ କଣ ରାୟ ଦେଉଥିବା ତାହା ଏବେ ସବୁ ନେତାଙ୍କ ଅପେକ୍ଷା ।