ମାନ୍ଦାବସ୍ଥା ସତ୍ତ୍ୱେ ଦ୍ରୁତ ଅର୍ଥନୀତି ବିକଶିତ ରାଷ୍ଟ୍ର ହୋଇପାରିଛି ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମାନ୍ଦାବସ୍ଥା ସତ୍ତ୍ୱେ ଅନେକ ବାଧାବିଘ୍ନ ଭିତରେ ବି ଭାରତ ଜାନୁଆରୀରୁ ଜୁଲାଇ ୨୦୨୨ ମଧ୍ୟରେ ବୃହତ୍ ଅର୍ଥନୀତି ଚୀନକୁ ପଛରେ ପକାଇଥିଲା । ପ୍ରଥମେ କରୋନା ମହାମାରୀ ଓ ତାପରେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆସିଥିବା ବାଧାବିଘ୍ନ ସାରା ବିଶ୍ୱରେ ମହଙ୍ଗାସ୍ଥିତି ଆଣିଥିଲା । ବେକାରୀ ବଢିବା ସହିତ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ସମସ୍ୟା ଉପୁଜିଥିଲା । ଆମେରିକା ଓ ୟୁରୋପ ଭଳି ବିକଶିତ ଅର୍ଥ ବ୍ୟବସ୍ଥା ମାନ୍ଦାସ୍ଥିତିକୁ ଖସିବା ଖସିବା ହୋଇଥିଲା । ତଥାପି ମଜବୁତ ଆର୍ଥିକ ସ୍ଥିତି ଓ ଭିତ୍ତିଭୂମି ପ୍ରବନ୍ଧନ ସକାଶେ ଭାରତ ଏହି ସ୍ଥିତିରୁ ମୁକୁଳିବାରେ ସମର୍ଥ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକରେ ଭାରତ ଅଭିବୃଦ୍ଧି ହାର ଯଥାକ୍ରମେ ୧୩.୫% ଓ ୬.୫% ଥିଲା । ଯାହା ସାରା ବିଶ୍ୱରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାର । ବର୍ଷ ଆରମ୍ଭରୁ ମହଙ୍ଗା ମାଡ ହୋଇଥିଲା ୧୦ ମାସ ଅର୍ଥାତ୍ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହିସ୍ଥିତି ଥିଲା । ୧୦ ମାସ ପରେ ଅର୍ଥାତ୍ ନଭେମ୍ୱରରେ ପୁଣି ଥରେ ୬% ତଳକୁ ଖସିଥିଲା ଖୁଚୁରା ମୁଦ୍ରାସ୍ଫୀତି । ଏପ୍ରିଲ ୨୦୨୧ରୁ ସେପ୍ଟେମ୍ୱର ୨୦୨୨ ପର୍ଯ୍ୟନ୍ତ ଲଗାତାର ଦୁଇ ଅଙ୍କରେ ରହୁଥିବା ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ରେକର୍ଡ ଭାଙ୍ଗି ୫.୮୫%କୁ ଆସିଛି । ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ ବୃହତ୍ ଅର୍ଥନୀତି ଚୀନକୁ ବି ପଛରେ ପକାଇଛି । ୟୁନିକର୍ଣ୍ଣ(୧ ଅରବ ଡଲାରରୁ ବେଶୀ ମୂଲ୍ୟ) ମାମଲାରେ ଭାରତ ଆଗରେ ରହିଛି । ଏପ୍ରିଲ ୨୦୨୧ରୁ ସେପ୍ଟେମ୍ୱର ୨୦୨୨ ମଧ୍ୟରେ ଭାରତରେ ୧୪ ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ ହୋଇଛି । ସେହିସ୍ଥଳରେ ଚୀନରେ ଏହି ସଂଖ୍ୟା ୧୧ ରହିଛି । ଏଯାଏଁ ଦେଶରେ ୧୦୮ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ହୋଇସାରିଛି । ଏଥିରୁ ୨୩ଟି ଷ୍ଟାର୍ଟଅପ ଚଳିତବର୍ଷ ୟୁନିକର୍ଣ୍ଣ ସ୍ତରକୁ ଯାଇଛନ୍ତି ।୨୦୩୦ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାରେ ଷ୍ଟାର୍ଟଅପର ଭାଗୀଦାରିତା ୩୦ପ୍ରତିଶତରୁ ବଢି ୫୦ ପ୍ରତିଶତ ହେବାକୁ ଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.