ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ଓଡ଼ିଆ ଭାଷା ବିଭବ ପରିଷଦ କଟକ ପକ୍ଷରୁ “ଚିଲିକା ତୀରେ ” ଶୀର୍ଷକ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ସାତପଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଅଧ୍ୟାପକ ଡ଼କ୍ଟର ବିରଞ୍ଚି କୁମାର ସାହୁ ଯୋଗଦେଇ ଚିଲିକା ଏବଂ ପର୍ଯ୍ୟଟନ ସାହିତ୍ୟ ଉପରେ ବିଶେଷ ଅଭିମତ ରଖିଥିଲେ । ଅନ୍ୟ ଅତିଥି ବକ୍ତା ଭାବେ ଡ଼କ୍ଟର ଦିଲ୍ଲୀପ କୁମାର ସେନାପତି, ବିଜୟ କୁମାର ଦାସ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଦୀପାୟନ୍ ପଟ୍ଟନାୟକ, ହିରେନ୍ଦ୍ର ସିଂହ ଦେଓ, ଗୋବିନ୍ଦ ଚନ୍ଦ୍ର ଫାରକ, ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ, ସସ୍ମିତା ଦାସ ପ୍ରମୁଖ ଯୋଗଦେଇ ଚିଲିକା ହ୍ରଦର ଶୋଭାରାଜି ଏବଂ ପର୍ଯ୍ୟଟନ ସାହିତ୍ୟ ଉପରେ କିଭଳି ଅଧିକରୁ ଅଧିକ ଜୀବନ୍ତ ଲେଖା ପାଠକୀୟ ଆଦୃତି ପାଇ ପାରିବ ସେନେଇ ମତବ୍ୟକ୍ତ କରିଥିଲେ । ସମସ୍ତ ପର୍ଯ୍ୟଟନ ସ୍ଥଳରେ ସାହିତ୍ୟ କର୍ମଶାଳା କରାଯାଇ ଓଡ଼ିଶାକୁ ବିଶ୍ଵ ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ପ୍ରଦାନ ପାଇଁ ଅତିଥି ବକ୍ତାମାନେ ମତ ପୋଷଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ କବି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ରୂପ ସାଗର ଚିଲିକା ଏବଂ ଶିଶୁ ସାହିତ୍ୟ ପତ୍ରିକା ଗାଁ ମଲ୍ଲିର ଡିସେମ୍ବର ସଂଖ୍ୟା ଉନ୍ମୋଚିତ ହେବାସହ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଆ ଭାଷା ବିଭବ ସମ୍ମାନ ପ୍ରଦାନ କରାଯାଇଥିଲା । ଡ଼କ୍ଟର ବିରଞ୍ଚି କୁମାର ସାହୁ, ଅଧ୍ୟାପକ ଏବଂ ସାହିତ୍ୟିକ ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଆଡଶପୁର ବିଜୟ ଦାସ, ନିତ୍ୟାନନ୍ଦ ଖମାରୀ, ସାହିତ୍ୟିକ, ସମ୍ବଲପୁର ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ନାଟ୍ୟକାର ଓ କବି ,ସାକ୍ଷୀଗୋପାଳ, ପ୍ରଫେସର ଡ଼କ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ, ଶିକ୍ଷାବିତ୍ ଓ ସାହିତ୍ୟିକା ଶ୍ରୀଯୁକ୍ତ ଜଗନ୍ନାଥ ବାରିକ, କବି ଓ ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Udyog Nursery
Udyogi Nursery

ନିମନ୍ତ୍ରିତ ପଚସ୍ତରି ଜଣ କବି କୋଡିଏ ଜିଲ୍ଲାରୁ ଯୋଗଦେଇ ଚିଲିକା ତୀରେ ଏବଂ ଓଡ଼ିଶାର ପର୍ଯ୍ୟଟନ ଶୀର୍ଷକ ଦୁଇଟି କବିତା ପାଠ କରିଥିଲେ । ସମସ୍ତେ ସମବେତ ହୋଇ ଚିଲିକା ବେଳାଭୂମି ସଫେଇ କରି ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ବୋଲି ମତବ୍ୟକ୍ତ କରିଥିଲେ । ସେମାନଙ୍କୁ ଓଡ଼ିଆ ଭାଷା ବିଭବ କବିତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ ଏବଂ ସର୍ବଣୀ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିରେନ୍ଦ୍ର ଜେନା, ଜନ ରଞ୍ଜନ ପ୍ରଧାନ, ଜନ୍ମେଞ୍ଜୟ ନାୟକ, ଲୋକେଶ ଜେନା, ଗୋଦାବରୀଶ ଦାସ, ଡଃ ସହଦେବ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.