ପର୍ଯ୍ୟଟନସ୍ଥଳୀ ଡୋକରୀଚଞ୍ଚରା ଚଳଚଞ୍ଚଳ, ଜମୁଛି ବଣଭୋଜି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପିକନିକ୍ ସ୍ପଟ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ବର୍ଷ ରବିବାର ଦିନ ଡିସେମ୍ବର ୨୫କୁ ଖାଲି ଖ୍ରୀଷ୍ଟଧର୍ମୀ ନୁହନ୍ତି ବିଭିନ୍ନ ଜାତି ଓ ସଂଗଠନର ଲୋକେ ବେଶ୍ ମନଭରି ଉପଭୋଗ କରିଛନ୍ତି ।‌ କଳାହାଣ୍ଡି ଜିଲ୍ଲାରେ ଥିବା ବିଭିନ୍ନ ପିକନିକ ସ୍ପଷ୍ଟ ମଧ୍ୟରୁ କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସ୍ଥାନ ଭାବରେ ପରିଚିତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ରହିଥିବା ବେଳେ ପାହାଡ ତଳେ ପ୍ରବାହିତ ଝରଣା ପାଣିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କ ମନ ଭରିଯାଏ । ଡୋକରୀଚଞ୍ଚରା ସୈ।ନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ହୋଇଥିବା ଯୋଗୁଁ ଡିସେମ୍ବର ଓ ଜାନୁଆରୀ ମାସରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ଚଳଚଞ୍ଚଳ ହୋଇଥାଏ ଡୋକରୀଚଞ୍ଚରା । ତତସହିତ ବର୍ଷସାରା କର୍ମମୟ ଜୀବନ ଭିତରେ କିଛି ସମୟ ନିଜକୁ ଉପଭୋଗ କରିବା ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି ସାଙ୍ଗକୁ ସେଲଫି ନେବାକୁ ମଧ୍ୟ ଭୁଲନ୍ତି ନାହିଁ ।

Udyog Nursery
Udyogi Nursery

ଯାହାକି ଡିସେମ୍ବର ୨୫ ତାରିଖ ରବିବାର ଦିନ ପାଖାପାଖି ୨ ଶହରୁ ଅଧିକ ଟିମ୍ ବଣଭୋଜି ପାଇଁ ଡୋକରୀଚଞ୍ଚରା କୁ ଯାଇଥିବା ବେଳେ ଏଥିରେ ଭାରତୀୟ ଜୀବନ ବୀମା ନିଗମ ଅଧୀନରେ କାର୍ଯ୍ୟରତ ଭବାନୀପାଟଣା ଶାଖାର କ୍ଷେତ୍ର ଅଧିକାରୀ ପ୍ରଦୀପ ମହାପାତ୍ର ଙ୍କ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ । ପର୍ଯ୍ୟଟନସ୍ଥଳୀ ଡୋକରୀଚଞ୍ଚରା ଭ୍ରମଣରେ ଯାଇଥିବା ପର୍ଯ୍ୟଟକମାନଙ୍କ ଦଳ ଭିତରେ ବଣଭୋଜି ହେବା ସହ ଆନନ୍ଦ ଉପଭୋଗ କରିବା ଭିତରେ ପର୍ଯ୍ୟଟନ ଋତୁରେ ଡୋକରୀଚଞ୍ଚରା ବୁଲିବାର ମଜା ନିଆରା ରହିଛି ବୋଲି ଏଲ୍ଆଇସି ଭବାନୀପାଟଣା ଶାଖାର କ୍ଷେତ୍ର ଅଧିକାରୀ ପ୍ରଦୀପ ମହାପାତ୍ର ପ୍ରକାଶ କରିଛନ୍ତି ।

ତେବେ ଡୋକରୀଚଞ୍ଚରାକୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କ ସମସ୍ତ ସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡୋକରୀଚଞ୍ଚରା ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ କରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.