ବାଜପେୟୀ ଜୟନ୍ତୀ ଓ ବନ ବିହାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଚେକ ଡେମ ନିକଟରେରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ, ବନ ବିହାର ଓ ମନକି ବାତ କାର୍ଯ୍ୟକ୍ରମ ମଗନ ସିନ୍ଦୁର ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବାଜପେୟୀଙ୍କ ଜୀବନୀ, ଆଦର୍ଶନୀତି, ଉପରେ ଉପସ୍ଥିତ ଅତିଥିମାନେ ଉପସ୍ଥାପନ କରିଥିଲେ। ଏହି ଉପଲକ୍ଷେ ବିଜେପି ପକ୍ଷରୁ ଏକ ବନ ବିହାର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ହିମାଂଶୁ ମେହେର, ବିଧାୟକ ପ୍ରତିନିଧି ମନୋଜ ସାହୁ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୂର୍ବତନ ନଗରପାଳିକା ସରିତା ସିନ୍ଦୁର, କେସିଙ୍ଗା ଏନ.ଏସି.ର ବିଧାୟକ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ସନ୍ତୋଷ ଦାସ, ପ୍ରୀତେଶ୍ ପଟେଲ ପ୍ରମୁଖ ବିଜେପିର ଅନ୍ୟାନ୍ୟ ପଦାଧିକାରୀ ଓ ମାନ୍ୟଗଣ୍ୟ ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ। ସଭାକୁ କାଉନସିଲର ଧରଣୀଧର ନାଏକ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.