ଚାକିରି ହରାଇବେ ୧୮ ହଜାର କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବଡ଼ ଧରଣର ଚାକିରି ଛଟେଇ କରିବ ଆମାଜନ। ପାଖାପାଖି ୧୮୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ କମ୍ପାନୀ। ଏଥିରେ ଆମାଜନ ଷ୍ଟୋର, ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏନେଇ କମ୍ପାନୀର ସିଇଓ ଆଣ୍ଡି ଜ୍ୟାସି କହିଛନ୍ତି। ଏକ ବ୍ଲଗ୍ ପୋଷ୍ଟ କରି ସେ ଏହି ସୂଚନା ଦେଇଛି।

Omkar Vasthu
Omkar Vasthu

ଅମାଜନ ଚାକିରି ଛଟେଇ ନେଇ ଏମିତି ସାଧାରଣରେ ଘୋଷଣା କରେନାହିଁ। କମ୍ପାନୀ ଭିତର ହିଁ ଏହି ନିଷ୍ପତ୍ତି ନିଆଯାଏ। ହେଲେ କର୍ମଚାରୀ ଏହାକୁ ବାହାରେ ଲିକ୍ କରିଦେଉଥିବାରୁ କମ୍ପାନୀ ଏଥର ସର୍ବସାଧାରଣରେ ଘୋଷଣା କରିଛି। ତେବେ ଜାନୁଆରୀ ୧୮ ତାରିଖରୁ ଛଟେଇ ଆରମ୍ଭ ହେବ ବୋଲି ଜ୍ୟାସି କହିଛନ୍ତି। ତେବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ କମ୍ପାନୀ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯିବା ସହିତ ସ୍ୱାସ୍ଥ୍ୟବୀମା ଆଦିରେ ସହଯୋଗ ମିଳିବ ବୋଲି ଜ୍ୟାସୀ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହା ପୂର୍ବରୁ ମଧ୍ୟ ଗତବର୍ଷ ନଭେମ୍ବର ମାସରେ କମ୍ପାନୀ ୧୦ ହଜାର କର୍ମଚାରୀ ଛଟେଇ କରିଥିଲା। ସେହି ସମୟରେ ବୁକ୍ସ ଓ ଡିଭାଇସ୍ ଟିମ୍ ପ୍ରଭାବିତ ହୋଇଥିଲେ। ଚାକିରି ଛଟେଇ କରିବା ସହିତ କମ୍ପାନୀ ଚଳିତ ବର୍ଷ ହେବାକୁ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିଛି। ଅନେକ ୟୁନିଭର୍ସିଟି ପାସ୍‌ଆଉଟ୍‌ ଆଶାୟୀ ପ୍ରାର୍ଥୀ ଆମାଜାନ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି।

Udyog Nursery
Udyogi Nursery

ତେବେ ଏହି ଚାକିରି ଛଟେଇ କ୍ଷେତ୍ରରେ ଆମାଜାନ କେବଳ ଏକା ନୁହେଁ ମେଟା(ଫେସବୁକ), ଟ୍ୱିଟର ମଧ୍ୟ କରିଛନ୍ତି। ଇଲନ ମସ୍କଙ୍କର ଟ୍ୱିଟର ଅଧିଗ୍ରହଣ ପରେ ଅକ୍ଟୋବର ମାସରେ କମ୍ପାନୀ ୩୫୦୦ କର୍ମଚାରୀ ଛଟେଇ କରିଥିଲା। ଏହାପରେ ସପ୍ତାହ ପରେ ମେଟା ମଧ୍ୟ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.