ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ସ୍ଥିତ ତୁଳାପଡ଼ା ଦାମୋଦର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳାହାଣ୍ଡି ଶିକ୍ଷା ବିଭାଗ ଆନୁକୂଲ୍ୟରେ ଚାଲିଥିବା ଜିଲ୍ଳା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଭାବେ ଯୋଗଦେଇଥିଲେ। ନର୍ଲା ବିଇଓ ତପିମଣି ଜାନି ସ୍ୱାଗତ ଭାଷଣ ଭାଷଣ ଦେଇଥିବାବେଳେ ଆଇପିଇ ମହେନ୍ଦ୍ର ପଣ୍ଡା ଉଦ୍ଦେଶ୍ୟ ଓ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରଧାନଶିକ୍ଷକ ନେପାଳ ଭୋଇ ଧନ୍ୟବାଦ ଦେଇଥିଲେ। କୃତୀ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏ ଅବସରରେ ସନ୍ତୋଷାନନ୍ଦ ନାୟକ ଓ ସୁରେଶ ନାୟକ ସମ୍ବର୍ଦ୍ଧିତ ହୋଇଥିଲେ। ଚମ୍ପିୟାନ ଛାତ୍ରଛାତ୍ରୀ ଭାବରେ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଲିଙ୍ଗରାଜ ମଲ୍ଲିକ ଓ ପୂଜା ବେହେରା ଏବଂ ୧୪ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଆୟୁଷ ପରିଡ଼ା ଓ ରେଶମା ବେହେରା ମନୋନୀତ ହୋଇଥିଲେ।