ଥୁଆମୂଳ ରାମପୁରର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବରେ ଲୋକସଂସ୍କୃତିର ସମ୍ଭାର

ବ୍ଲକ ସ୍ତରୀୟ ୨୫ତମ କଳାହାଣ୍ଡି ଘୁମୁରା ଉତ୍ସବ ‘ଘୁମୁରା’-୨୦୨୩ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୩ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସ୍ଥାନୀୟ ଖଣ୍ଡୁଆଳ ଷ୍ଟାଡିୟମରେ  ଲୋକ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟ ଉତ୍ସବ ସହ ଉଦଘାଟିତ ହୋଇଯାଇଛି।‌‌ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୫ ବର୍ଷ ପୂର୍ତ୍ତି ଅବସରରେ ଧୁମଧାମରେ ପାଳନ କରାଯାଉଛି। ପ୍ରଥମେ ସ୍ଥାନୀୟ ମାଁ ମାଣିକେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାଏକ ହାତରେ ମଶାଲ ଧରି ଶୋଭାଯାତ୍ରାରେ ବାହାରିଥିଲେ। ମଶାଲ କଳାହାଣ୍ଡି ଉତ୍ସବ ଖଣ୍ଡୁଆଳ ମଞ୍ଚରେ ଅବସ୍ଥାପିତ କରାଯାଇଛି। ଏହି ମଶାଲ ଶୋଭାଯାତ୍ରାରେ ଆୟୋଜକ କମିଟି ପକ୍ଷରୁ ଥୁଆମୂଳ ରାମପୁର ଏମ୍.ଏମ୍.ପି.ଏସ୍ ଯୁକ୍ତ ଦୁଇ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ପୁର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ,ବିଜେଡି ସଭାନେତ୍ରୀ କସ୍ତୁରୀ ପାଣିଗ୍ରାହୀ ଏବଂ ଥୁଆମୂଳ ରାମପୁର ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ସାମିଲ ରହିଥିଲେ।

Udyog Nursery
Udyogi Nursery

ଦୁଇଦିନ ଧରି ଆୟୋଜିତ ହେଉଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବରେ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସତ୍ୟ ନାରାୟଣ ମହାପାତ୍ର, ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ନିତୀଶ ଝା,

ସିଡିପିଓ ମିନତୀବାଳା ପଟ୍ଟନାୟକ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଇଦାସ ନାଏକ, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦ୍ରୌପଦୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ଅଧ୍ୟାପକ ବବୃବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିଲେ। ଉଦଘାଟନୀ ଦିବସର ଏହି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.