ଆରମ୍ଭ ହେଲା ମଶାଲ ଯାତ୍ରା: ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ମଞ୍ଚ ପ୍ରସ୍ତୁତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ, ଲୋକକ୍ରୀଡାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଇଁ କଳାହାଣ୍ଡିଆ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଛି। ଆସନ୍ତା ଫେବୃୟାରୀ ୧୪ରୁ ୧୭ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ପୂର୍ବରୁ ଆଜି ଜାନୁଆରୀ ୧୧ ବୁଧବାର ଓ ଆସନ୍ତା କାଲି ୧୨ ଫେବୃଆରୀ ଗୁରୁବାର ଦୁଇ ଦିନ ଧରି ନର୍ଲାରେ ଆୟୋଜିତ ହେବାକୁ ଯାଉଛି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ। ବର୍ତ୍ତମାନ ୧୨.୧୫ରେ ଏନେଇ ନର୍ଲା ବୁଢ଼ାରଜା ମନ୍ଦିରରୁ ଆରମ୍ଭ ହୋଇଛି ମଶାଲ ଯାତ୍ରା। ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡିଓ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲୀ ଦୀପଙ୍କ ସମେତ ବ୍ଲକ ଅଞ୍ଚଳର ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ, ସାହିତ୍ୟିକ, ଦଳମତ ନିର୍ବିଶେଷରେ ରାଜନେତା, ବୁଦ୍ଧିଜୀବୀ ଆଦି ଅନେକ ବର୍ଗର ଲୋକେ ସାମିଲ ହୋଇଛନ୍ତି। ବୀରବାଦ୍ୟ ଘୁମୁରାରେ ପ୍ରକମ୍ପିତ ହେଉଛି ନର୍ଲାର ଗଗନ ପବନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.