ଡାଇବେଟିସଠୁ ଦୁରେଇ ରହିବାର ସହଜ ଉପାୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ ହୋଇଯାଏ । ତେବେ ଏଭଳି ପରିସ୍ଥିତିରେ ଆାପଣ କ’ଣ କରିବେ । ଏବେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣାଇବା ଦ୍ବାରା ଆପଣଙ୍କ ଆଖି ସୁସ୍ଥ ରହିପାରିବ । ଆସନ୍ତୁ ଜାଣିବା ଏହାଠୁ ସତର୍କ ରହିବାକୁ ଆମକୁ କ’ଣ କରିବାକୁ ପଡ଼ିବ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନେ ସଠିକ୍‌ ସମୟ ବ୍ୟବଧାନରେ  ସୁଗାରକୁ ପରୀକ୍ଷା କରାଇ‌ନେବା ଉଚିତ୍‌ । ଯଦି କୌଣସି କାରଣରୁ ସୁଗାରର ମାତ୍ରା ବଢିଯାଏ ତା’ହେଲେ ଆପଣଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ।

ଯେପରି କି, ହୃଦୟ ଜନିତ ରୋଗ,  କିଡନି ଜନିତ ରୋଗ, ଆଖିକୁ କମ୍‌ ଦେଖିାଯିବା, ଏପରି ଅନେକ କିଛି । କିନ୍ତୁ ଯଦି ଆପଣ ଆପଣଙ୍କ ସୁଗାର ଲେଭଲ୍‌କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯିବେ ତେବେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ  ।

କେବଳ ସେତିକି ନୁହଁ ସେଥିପାଇଁ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ କିମ୍ବା କୋଲେଷ୍ଟ୍ରୋଲ୍‌ର ସମସ୍ୟା ଅଛି ତେବେ ଆପଣ ଏହାକୁ ତୁରନ୍ତ ନିୟନ୍ତ୍ରଣରେ ରଖନ୍ତୁ। ଧୂମପାନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ଯଦି ଆପଣଙ୍କର ଡାଇବେଟିସ୍‌ ଅଛି ଓ ଆପଣ ଧୂମପାନ କରୁଛନ୍ତି ତା’ହେଲେ ଆପଣ ମୃତ୍ୟୁ ସହ ଖେଳୁଛନ୍ତି କହିଲେ ଭୁଲ୍‌ ହେବ ନାହିଁ । ଧୂମପାନ କରିବା ଦ୍ବାରା ଆପଣଙ୍କ ବଡିର ସବୁ ଅଂଶ ଦୁର୍ବଳ ହୋଇଯାଇଥାଏ, ଯାହା ଦ୍ବରା ଆପଣଙ୍କୁ ଦେଖିବା‌ରେ ସମସ୍ୟା ହୋଇଥାଏ ।

ଏହି କାରଣରୁ ଯଦି ଆପଣ ଆପଣଙ୍କ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ  ଧୂମପାନ ଛାଡିବାକୁ ହେବ । ଏହାର ସବୁଠାରୁ ଭଲ ଉପାୟ ହେଉଛି ପ୍ରତିଦିନ ବ୍ୟାୟାମ କରିବା । ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ  । ଏବଂ ବ୍ୟାୟାମ କରିବା ଦ୍ବାରା ଆପଣଙ୍କ ଆଖି ମଧ୍ୟ ଭଲ ରହିଥାଏ । ଏଥି ପାଇଁ ଆପଣଙ୍କୁ ପ୍ରତିଦିନ ୪୫ ମିନିଟରୁ ୧ ଘଣ୍ଟା ବ୍ୟାୟାମ କରିବା ଦରକାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.